www.samajalive.in
Saturday, December 6, 2025
14.1 C
Bhubaneswar

ଚାଣକ୍ୟ ନୀତି ; ଏହି ଉପାୟରେ ଦୂର ହୋଇଥାଏ ଦୁଃଖ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟର ଜୀବନ ଶ୍ରେଷ୍ଠ କରିବା ପାଇଁ ଅନେକ କଥା ଉଲ୍ଲେଖ କରାଯାଇଛି। ଏହି ସମସ୍ତ କଥାର ପାଳନ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହେବା ସହ ଖୁସି ଆସିଥାଏ। ନୀତି ଶାସ୍ତ୍ରରେ ଏପରି କିଛି ବର୍ଣ୍ଣନା କରାଯାଇଛି,ଯାହା ବ୍ୟକ୍ତିଙ୍କ ଦୁଃଖ ଦୂର କରିଥାଏ..
ନିଜର ଖରାପ ଗୁଣକୁ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ। ଭଲ ଗୁଣକୁ ଆପଣାନ୍ତୁ। ଏଭଳି ବ୍ୟକ୍ତି ସର୍ବଦା ଖୁସି ରହିଥାଆନ୍ତି। ଏହାଦ୍ୱାରା ବ୍ୟକ୍ତିଙ୍କ ନିକଟରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ଘରର ମହିଳା ବୁଝିବିଚାରି ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଦ୍ୱାରା କଠିନ ପରିସ୍ଥିତିର ମଧ୍ୟ ସହଜରେ ସମାଧାନ ହୋଇଥାଏ।
ଯୋଗ୍ୟ ସନ୍ତାନ ହେବା ଦ୍ୱାରା ଜୀବନରେ ସର୍ବଦା ଖୁସି ଭରିରହିଥାଏ। ଘରେ ଥିବା ସମସ୍ତ ସମସ୍ୟାକୁ ବୁଝି ଏହାର ସମାଧାନ କରିଥାଆନ୍ତି। ପିତା-ମାତାଙ୍କ ଆଶୀବାଦ ମଧ୍ୟ ସର୍ବଦା ଏଭଳି ସନ୍ତାନଙ୍କ ଉପରେ ରହିଥାଏ।
ବ୍ୟକ୍ତିଙ୍କର ଧୈର୍ଯ୍ୟର ରହିବା ନିତାନ୍ତ ଆବଶ୍ୟକ। ଧୈର୍ଯ୍ୟବାନ୍‌‌ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟକୁ ଓ କଠିନ ପରିସ୍ଥିତିକୁ ସାହସର ସହ ସାମ୍ନା କରିଥାଆନ୍ତି। ସଠିକ ନିଷ୍ପତ୍ତି ମଧ୍ୟ ନେଇଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories