www.samajalive.in
Sunday, December 7, 2025
16.1 C
Bhubaneswar

କାହିଁକି ବନ୍ଦ ହେଲା ହ୍ବାଟସଆପ୍‌ ? ଜାଣନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର: ସାରା ଦେଶ​‌ରେ ହ୍ବାଟସଆପ୍‌ ସେବା ବାଧାପ୍ରାପ୍ତ ହୋଇଛି ।  ପ୍ରାୟ ୧ ଘଣ୍ଟା ହେବ ହ୍ବାଟସଆପ୍‌ ଡାଉନ ରହିଥିବା ଜଣାପଡ଼ିଛି । ଫଳରେ ଟେକ୍ଟଟ୍‌, ଭଏସ ଓ ଭିଡିଓ ମେସେଜ ନେଣଦେଣରେ ବାଧା ଉପୁଜିଛି । ହ୍ବାଟସଆପ୍‌ ଡାଉନ୍‌ ଥିବା କାରଣରୁ କିଛି ବ୍ୟବହାରକାରୀ ମାନେ ବଡ଼ ଧରଣର ପ୍ରଭାବିତ ହୋଇଛନ୍ତି । କିଛି ବ୍ୟବସାୟିକ ଡକୋମେଣ୍ଟ ହେଉକି ଅନ୍ୟ କିଛି ଗୁରୁତ୍ୱ ପୂର୍ଣ୍ଣ ମେସେଜ ଆଦାନପ୍ରଦାନରେ ଅସୁବିଧା ହେଉଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏପରି ଅସୁବିଧା ସୃଷ୍ଟି ହୋଇଛି ତାହା ଜଣାପଡ଼ିନାହିଁ । ହ୍ବାଟସଆପ୍‌ ବ୍ୟବହାରକରୀ ଦେଶରେ ବହୁ ଅଧିକ ରହିଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଥିବା କୁହାଯାଉଛି । ତେବେ ଏପରି ଅସୁବିଧାର କାରଣ ନୂଆ ଫିଚର ହେଉ କି ନେଟଓ୍ୱାର୍କ ଅସୁବିଧା ଥିବା ଏପରି କୁହାଯାଉଛି ।

ଘଟଣାକୁ ନେଇ ମେଟା କମ୍ପାନୀର ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ସେ କହିଛନ୍ତି, ବର୍ତ୍ତମାନ ହ୍ବାଟସାଆପ୍‌ ଡାଉନ୍‌ ରହିଛି । ଫଳରେ ଲୋକମାନେ ବର୍ତ୍ତମାନ ବାର୍ତ୍ତା ପଠାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର କାମ କରାଯାଉଛି । ଆମେ ଏହି ଅସୁବିଧାର ଖୁବଶୀଘ୍ର ସମାଧାନ କରିବୁ । ହ୍ବାଟସାଆପ୍‌ ଆପ୍ ରିଷ୍ଟୋର କାର୍ଯ୍ୟ ଜାରି ରହିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories