କାମାକ୍ଷାନଗରରେ ମା’ କାଳୀଙ୍କର ପୂଜାର୍ଚ୍ଚନା
କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗା ପଞ୍ଚାୟତର ମାଳପୁରା ଗ୍ରାମରେ ମା’ କାଳୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏ ଉପଲକ୍ଷେ ଗ୍ରାମର ବ୍ରତଧାରୀ ମାନଙ୍କ ଦ୍ୱାରା ସନ୍ନିକଟ ଜଳାଶୟରୁ କଳସରେ ଜଳ ଭର୍ତି କରି ଏକ ଶୋଭାଯାତ୍ରାରେ ଆସି ମଣ୍ଡପରେ ପହଞ୍ଚି ସେଠାରେ ସ୍ଥାପନ କରିଥିଲେ । ପରେ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଯଥାବିଧି ପୂଜାର୍ଚନା ଆରମ୍ଭ ହୋଇଥିଲା । ଏହି ପୂଜା ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିଲା । କମିଟିର ହିତେନ୍ଦ୍ର ବିଶ୍ୱାଳ , ରବି ନାରାୟଣ ବିଶ୍ୱାଳ, ଜିତେନ୍ଦ୍ର ବିଶ୍ୱାଳ,ସୁବ୍ରତ ସାହୁ, ସୁବାସ ରାଉତ, ସଞ୍ଜୟ କୁମାର ସାହୁ, ସୂର୍ୟ୍ୟକାନ୍ତ ସାହୁ, ସୁନୀଲ କୁମାର ସାହୁ, ଗିରୀଶ ଦାସ,ପ୍ରଣବ ରଞ୍ଜନ ରାଉତଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ଦୀର୍ଘ ଦୁଇବର୍ଷ କରୋନା କଟକଣାରେ ବନ୍ଦ ରହିଥିବା ପୂଜା ଚଳିତ ବର୍ଷ ଧୂମଧାମରେ ଆରମ୍ଭ ହୋଇଛି । ଗ୍ରାମର ସମସ୍ତ ଆବଳ ବୃଦ୍ଧ ବନୀତା ପୂଜାରେ ଯୋଗ ଦେଉଛନ୍ତି । ରମଣୀୟ ଆଲୋକମାଳାରେ ଝଲସୁଛି ମାଳପୁରା ଗ୍ରାମ । ଗ୍ରାମ ସହିତ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ଲାଗି ରହୁଛି ।
Comments are closed.