www.samajalive.in
Saturday, December 6, 2025
26.1 C
Bhubaneswar

ବିଷ ବଳୟରେ ରାଜଧାନୀ ନୂଆଦିଲ୍ଲୀ; ବଢ଼ିଲା ବାୟୁ ପ୍ରଦ୍ୟୁଷଣ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ନୂଆଦିଲ୍ଲୀ । ଦୀପାବଳି ପାଇଁ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦ୍ୟୁଷଣ । ଦିଲ୍ଲୀ ଏବଂ ନୋଏଡାରେ ବାୟୁ ପ୍ରଦ୍ୟୁଷଣ ଗତ ଦୁଇ ଦିନ ହେଲା ବଢ଼ିବାରେ ଲାଗିଛି । ଅତ୍ୟଧିକ ବାଣ ଫୁଟା କାରଣରୁ ସବୁଆଡେ ଧୂଆଁ ଧୂଆଁ ଦିଶୁଥିବା ବେଳେ ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦ୍ୟୁଷଣ ଅଧିକ ଖରାପ ହେବା କାରଣରୁ ଦିଲ୍ଲୀ ଏବଂ ନୋଏଡାର ବାୟୁ ଗୁଣବତ୍ତା ଦିଲ୍ଲୀବାସୀଙ୍କୁ ଚିନ୍ତାରେ ପକାଇଛି ।

ସୋମବାର ଦିଲ୍ଲୀର ଏକ୍ୟୁଆଇ ରେକର୍ଡ କରାଯାଇଥିଲା । ହେଲେ ଦୀପାବଳିରେ ବାଣଫୁଟାଇବା କାରଣରୁ ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ବଢ଼ିଛି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା (ସିପିସିବି)ର ତଥ୍ୟ ଅନୁଯାୟୀ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ଦିନ ୨୫୯ ରେକର୍ଡ କରାଯାଇଛି । ଯାହା ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବାୟୁ ପ୍ରଦ୍ୟୁଷଣ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା । ଖାଲି ସେତିକି ନୁହେଁ, ରବିବାର ଦିନ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚରେ ଭାରତୀୟ ଦଳର ବିଜୟ ହୋଇଥିଲା ।

- Advertisement -

ଭାରତର ବିଜୟରେ ଲୋକମାନେ ଖୁସିରେ ବାଣ ଫୁଟାଇଥିଲେ । ଯାହା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ବିଶେଷଜ୍ଞ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ବାଣ ନିଷେଧ ହେବା ପରେ ବି ବାଣ ଫୁଟାଯାଇଛି । ଯାହା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞ ମାନେ କହିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories