ଇଟାନଗର : ଅରୁଣାଞ୍ଚଳ ପ୍ରଦେଶର ଇଟାନଗରରେ ଅଗ୍ନିକାଣ୍ଡରେ ପ୍ରାୟ ୭୦୦ ରୁ ଅଧିକ ଦୋକାନ ଜଳି ପୋଡି ପାଉଁଶ ହୋଇ ଯାଇଛି। ଇଟାନଗରର ନାହରଲାଗୁନ କ୍ଷେତ୍ରରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାରେ ଏଯାଏଁ କୌଣସି ଜୀବନହାନୀ ହୋଇ ନାହିଁ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ନିଆଁ ଲାଗିବା ମାତ୍ରେ ପ୍ରଥମେ ୨ଟି ଦୋକାନ ଜଳିଯାଇଥିଲା। କିଛି କ୍ଷଣ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିବାକୁ ଲାଗିଥିଲା। ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ମାତ୍ର ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ନିଆଁ ବ୍ୟାପିବା ସହ ଦୋକାନ ଜଳିଯାଇଥିଲା।



