www.samajalive.in
Saturday, December 6, 2025
15.1 C
Bhubaneswar

ବନ ବିଭାଗର ଚଢାଉ ; ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ, ୪ ଗିରଫ

ଫୁଲବାଣୀ : ଦୀର୍ଘଦିନର ନିରବତା ପରେ ପୁଣିଥରେ ଚେଇଁ ଉଠିଛି ଫୁଲବାଣୀ ବନ ବିଭାଗ। ନୂତନ ଡିଏଫ୍ଓ ଭାବେ ଯୋଗଦେଇଥିବା ପ୍ରଶାନ୍ତ ପଟେଲଙ୍କ ଦ୍ୱାରା ଏବେ ଗୋଟିଏ ପଟେ ଗୋଟିଏ ଚଢାଉ ଚାଲିଥିବା ବେଳେ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୫୬୫ଟି କାତି ଜବତ କରାଯାଇଛି। ଏହାର ଓଜନ ୨ କେଜି ୫୬୬ ଗ୍ରାମ ବୋଲି ଏକ ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି।
ଏହି ମାମଲାରେ ୪ ଜଣ ଗିରଫ ହୋଇଥିବା ବେଳେ ସେମାନେ ହେଉଛନ୍ତି କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଘୁଗୁଲାସାହିର ରାଧାକାନ୍ତ ବେହେରା (୫୫) , ରବୀନ୍ଦ୍ର ଗଣ୍ଡା (୭୦) ଓ ବୌଦ୍ଧ ଜିଲା ଆଡନିଗଡ଼ ଅଞ୍ଚଳର ପ୍ରକାଶ ସାହୁ (୩୦) ଏବଂ ମାଧପୁର ଅଞ୍ଚଳ ସୁଶାନ୍ତ କୁମାର ବେହେରା (୨୬) ବୋଲି ଏସିଏଫ୍ ମଳୟ କାଲୋ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ , ଏହି ସବୁ ଜବତ ବଜ୍ରକାପ୍ତା କାତି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଫୁଲବାଣୀ ବନ ବିଭାଗର କର୍ମଚାରୀ ମାନେ ଗିରଫ ବ୍ୟକ୍ତି ମାନଙ୍କ ଘରେ ଚଢାଉ କରି ଉପରୋକ୍ତ କାତି ଜବତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ ପ୍ରକାଶ କରିଛନ୍ତି। ଚଢାଉରେ ବହୁ ବନ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ। ଡିଏଫ୍ଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଚଢାଉ ହୋଇଥିବା ବେଳେ ନିକଟରେ ଡ଼ିଏଫ୍ଓଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ମୂଲ୍ୟବାନ କାଠ ମଧ୍ୟ ଜବତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories