www.samajalive.in
Saturday, December 6, 2025
26.1 C
Bhubaneswar

ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ସାଂସଦଙ୍କ ଆଲୋଚନା

ଫୁଲବାଣୀ: କନ୍ଧମାଳ ସଂସଦୀୟ କ୍ଷେତ୍ର ଗସ୍ତ ଅବସରରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ୍‌ ସାମନ୍ତ ବିଜୁ ଜନତା ଦଳର ବିରଷ୍ଠ ନେତା ତଥା କର୍ମୀ ମାନଙ୍କ ସହିତ ସଂସଦୀୟ କ୍ଷେତ୍ରର ବିକାଶ ସଂମ୍ପର୍କିତ ବିଭିନ୍ନ ବିଷୟରେ ଆଜି ଫୁଲବାଣୀ ଠାରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସଂପର୍କ ପଦଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କ ନିକଟରେ ଯେଭଳି ଭାବେ ପହଞ୍ଚି ସେମାନଙ୍କ ବିବିଧ ସମସ୍ୟା ଉପରେ ଅବଗତ ହୋଇ କିଭଳି ଭାବେ ସେଗୁଡ଼ିକର ସମାଧାନ କରାଯାଇ ପାରିବ ସେ ଉପରେ ନିର୍ଦ୍ଦଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଦିଗରେ ସାଂସଦ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ପାଥେୟ କରି ତାଙ୍କରି ସାଧାରଣ ନେତୃତ୍ୱରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯେଜାନା ଗୁଡ଼ିକର ସଫଳ ରୂପାୟନ ପାଇଁ ଦଳୀୟ ସ୍ଥରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜୁ ଜନତା ଦଳର ଜିଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ କାର୍ଯକାରି କମିଟି ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀଙ୍କ ସମେତ ଜିଲା ବିଜୁ ଯୁବ, ଛାତ୍ର ଓ ମହିଳା ଜନତାର ଦଳର ସଭାପତି ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories