www.samajalive.in
Sunday, December 7, 2025
23.1 C
Bhubaneswar

ଆଜି କାମାକ୍ଷାନଗରରେ ବନ୍ଦ;  ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

କାମାକ୍ଷାନଗର: ଆଜି କାମାକ୍ଷାନଗରରେ ଅଖଚକ ସବୁ ବନ୍ଦ । ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବା ନେଇ ସୂଚନା ଦିଆଯାଇଛି । ଫଳରେ କାମାକ୍ଷାନଗରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ସୂଚନା ଅନୁଯାୟୀ କାମାକ୍ଷାନଗରର ଜଣେ ଓକିଲକୁ ଗତ ମାସ ୨୮ତାରିଖରେ କେତେକ ଅସାମାଜିକ ଯୁବକ ମାଡ଼ ମାରି ମୁର୍ମୁଷୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ ।  ହେଲେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ।

ଯାହା ଦ୍ୱାରା ଓକିଲ ସଙ୍ଘ ପକ୍ଷରୁ ଗୁରୁବାର କାମାକ୍ଷାନଗର ସଂପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି । ଏହି ଡାକରା କ୍ରମେ ଉପଖଣ୍ଡର କାମାକ୍ଷାନଗର, ପରଜଙ୍ଗ, ଭୁବନ, ଢେଙ୍କାନାଳ, ହିନ୍ଦୋଳ ଏବଂ ଗନ୍ଦିଆ ଆଦି ବ୍ଲକର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ରହିଛି । ଏହା ସହ ସମସ୍ତ ଦୋକାନ,ବଜାର, ବସ, ଟ୍ରକ ଆଦି ଯାନବାହାନ ବନ୍ଦ କରାଯାଇଛି । ସଂଘ ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବା ବେଳ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ଜାରି ରହିଛି l କିଛି ସ୍ଥାନରେ ଉତ୍ତେଜନା ହେବା ଆଶଙ୍କା କରି ପୁଲିସ ମଧ୍ୟ ସଜାଗ ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories