www.samajalive.in
Sunday, December 7, 2025
23.1 C
Bhubaneswar

ଘୁନସର କଲେଜ ଛକରେ ଗାଡି ଭାଙ୍ଗି ଲୁଟ୍‌ ଉଦ୍ୟମ ଅଭିଯୋଗ

ସଇଁନ୍ତଲା/ବଡ଼ମାଳ: ସଇଁନ୍ତଲା ଥାନା ଘୁନସର ଯୁକ୍ତ ୩ କଲେଜ ଛକରେ ଗତକାଲି ସନ୍ଧ୍ୟା ସମୟରେ ବଲାଙ୍ଗୀରରୁ ଘୁନସରକୁ କେସିଙ୍ଗାର ନାରେନ ଅଗ୍ରୱାଲ ଓ ଡ୍ରାଇଭର ଦିଗାମ୍ବର ସ୍ୱାଇଁ ଚାରି ଚକିଆ ଗାଡି(୦ଡି ୦୮କିୟୁ ୬୯୪୦) ଯୋଗେ ଆସୁଥିବା ବେଳେ ହଠାତ କଲେଜ ଛକ ନିକଟରେ ଥିବା ଜଙ୍ଗଲରୁ ୬ ଜଣ ଦୁର୍ବୃତ୍ତ ଆସି ପଥର ଓ ଠେଙ୍ଗା ସାହାଯ୍ୟରେ ଗାଡିର କାଚକୁ ଭାଙ୍ଗି ଲୁଟ କରିବା ପାଇଁ ଉଦ୍ୟମ  କରିଥିଲେ । କିନ୍ତୁ ଗାଡ଼ି ପଛରେ କିଛି ବ୍ୟକ୍ତି ଆସୁଥିବାରୁ ଦୁର୍ବୃତ୍ତ ମାନେ ଫେରାଇ ହେଇଯାଇଥିଲେ । ଏନେଇ ଖବର ପାଇବା ପରେ ସଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୂଚନା ଥାଉକି, ସେହି ସ୍ଥାନରେ ପ୍ରାୟ ଦୁଇ ବର୍ଷ ତଲେ ଲେମ୍ବୁ ସାହୁ ନାମକ ଏକ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ମୃତଦେହ ପାଖରେ ଏକ ରକ୍ତ ଭିଜା ବାଇକ୍ ମଧ୍ୟ ପୁଲିସ ଜବତ କରିଥିଲା । ତେବେ ଏହି ନିର୍ଦ୍ଧିଷ୍ଟ ଜାଗାରେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ସନ୍ଧ୍ୟାବେଳେ ଲୋକେ ଏହି ରାସ୍ତା ଦେଇ ଯିବା ପାଇଁ ଭୟଭୀତ ହେଉଛନ୍ତି । ତେବେ ଏହି ରାସ୍ତାରେ ସନ୍ଧ୍ୟା ସମୟରେ ପୁଲିସ ପାଟ୍ରୋଲିଂ କରିବା ପାଇଁ ସ୍ଥାନୀୟ ଲୋକେ ଦା ବିକରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories