ମିଳିଲା ଭିନ୍ନକ୍ଷମ ଭତ୍ତା

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନ ରଞ୍ଜନ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଓ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର, ପଲାବୃଡି ସରପଞ୍ଚ ଲିଳାବତୀ ମଳିକ, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଓ ନୂଆଁପଦର ସରପଞ୍ଚ ଭବାନୀଶଙ୍କର କହଁର ଓ ସରପଞ୍ଚ ମାନଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ ।

ସମୁଦାୟ ୬୧ ଜଣ ହିତାଧିକାରୀଙ୍କୁ ନୂତନ ଭାବରେ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତ୍ତା, ୨୧ ଜଣଙ୍କୁ ବାର୍ଦ୍ଦକ୍ୟ ଭାତ୍ତା ଓ ୩୦ ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲ । ବ୍ଲକ ସମାଜିକ ସୁରକ୍ଷା ବିଭାଗରେ କାର୍ଯ୍ୟରତ କାର୍ଯ୍ୟକ୍ରମ ସହାୟକ ଟିକିନା ଦିଗାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.