www.samajalive.in
Saturday, December 6, 2025
16.1 C
Bhubaneswar

ବାଇକ ସହ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ କଟା ଅଭିଯାନ ଜୋର ସୋର ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆ ସହ ଅଞ୍ଚଳର ଗଞ୍ଜେଇ ମାଫିଆ ମାନେ ପୁଲିସର ଅନୁପସ୍ଥିତିର ଫାଇଦା ଉଠାଇ ଗଞ୍ଜେଇ ଚାଲାଣ କରୁଛନ୍ତି । ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଇକ ସହ ଗଞ୍ଜେଇ ଏବଂ ୨ ଜଣ ଗଞ୍ଜେଇ ମାଫିଆକୁ ଫିରିଙ୍ଗିଆ ପୁଲିସ ଗିରଫ କରିଥିବା ସୂଚନା ଦେଇଛି।
ତେବେ ଉଭୟ ଗଞ୍ଜେଇ ଚାଲାଣକାରୀ ଫିରିଙ୍ଗିଆ ଥାନା ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ବାଲିଗଟା ଗ୍ରାମର ପ୍ରକାଶ ବିନ୍ଧାଣି ଏବଂ ଅନ୍ୟ ଜଣେ ପାଙ୍ଗା ଗ୍ରାମର ବାଲ୍ମୀକି ଦିଗାଲ ବୋଲି ଜଣାପଡିଛି । ତେବେ ଉଭୟ ଗଞ୍ଜେଇ ଚାଲାଣକାରୀ ଗୋଟିଏ ବାଇକରେ ଗଞ୍ଜେଇ ଧରି କାଶିନୀ ପଦର ପଟୁ ଫିରିଙ୍ଗିଆ ଆଡକୁ ଆସୁଥିବା ବେଳେ ଫିରିଙ୍ଗିଆ ପୁଲିସ କାଶିନୀ ପଦର ନିକଟ ରାସ୍ତାରେ ବାଇକକୁ ଅଟକାଇ ବାଇକ ସହ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣ ଗଞ୍ଜେଇ ଚାଲାଣ କାରୀକୁ ଗିରଫ କରିଛି। ଅନ୍ୟ ପଟେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ୧୬/୨୪ ରେ ଏକ ମାମଲା ରୁଜୁ କରି ଉଭୟ ଚାଲାଣକାରୀକୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories