www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ; ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭିଡିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ

ଲାଞ୍ଜିଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ସାରା ଭାରତ ବର୍ଷରେ ୧୫ ଗୋଟି ରାଜ୍ୟରେ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଧାନମନ୍ତ୍ରୀ ଜନମନ ଯୋଜନା କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ ହୋଇଥିବା ବେଳେ ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତର ଆଦିବାସୀ ମାନେ ଉପସ୍ଥିତ ଥିଲେ।
ଏହି ଯୋଜନାରେ ସମସ୍ତଙ୍କୁ ପକ୍କା ଘର,ପ୍ରତ୍ୟେକ ଘରକୁ ନଳପାଣି,ଗାଁ ଗାଁକୁ ରାସ୍ତା, ପ୍ରତ୍ୟେକ ଘରକୁ ବିଜୁଳି,ସମସ୍ତଙ୍କୁ ଉତ୍ତମ ଶିକ୍ଷା, ଧନ୍ଦା ମୂଳକ ଶିକ୍ଷା ପାଇଁ ସୁଯୋଗ,ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା,ସମସ୍ତଙ୍କୁ ପୋଷଣ,ଉନ୍ନତ ଜୀବନ ଧାରା,ଦୂର ଦୂରାନ୍ତର ଗାଁକୁ ଟେଲିକମ୍ ଯୋଗାଯୋଗ ଭଳି ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତାରେ ଜଣାଇଥିଲେ। ଏଥିରେ ଲାଞ୍ଜିଗଡ ବ୍ଲକ ଜନଜାତି ସମ୍ପ୍ରଦାୟର ଲୋକେ ଏହି ସବୁ ଉନ୍ନୟନ ମୂଳକ ଯୋଜନାରେ ସହଜରେ ଲାଭବାନ ହୋଇ ପାରିବେ। ବ୍ଲକର ୨୬ ଗୋଟି ପଞ୍ଚାୟତର ୨୭୬ ଗୋଟି ଆଦିବାସୀ ଗାଁର ୭ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ରହିଥିବା ବେଳେ ବର୍ତ୍ତମାନ ୫ ହଜାର ଆଦିବାସୀ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିବେ।
କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସାନ୍ତୁନୁ ସରଣ, ଡ଼ିଡ଼ିଏମ ନାବାର୍ଡ ମହେଶ୍ୱର ଦାସ, ଏଲଡ଼ିଏମ କଳାହାଣ୍ଡି ଧୃବ ପ୍ରସାଦ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ପିଏଆଇଟିଡିଏ ରାମକୃଷ୍ଣ ଗଣ୍ଡ,ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ ଯୋଗ ଦେଇଥିବା ବେଳେ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଯନ୍ତ୍ରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବ୍ଳକ କର୍ମଚାରୀ, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଜନସାହାଯ୍ୟ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଥାନା ପୁଲିସ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories