www.samajalive.in
Saturday, December 6, 2025
14.1 C
Bhubaneswar

ଗଞ୍ଜେଇ ଜବତ ; ଗଞ୍ଜେଇ ମାଫିଆ ଗିରଫ 

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଲିସ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଥିଵା ବେଳେ ଦୀର୍ଘ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି। ଗୋଟାଏ ପଟେ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିଵା ବେଳେ ଅନ୍ୟପଟେ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ବାହାର ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରି ଚାଲିଛନ୍ତି। ତେବେ ଏହି ପରିସ୍ଥିତିରେ ଗୋଛାପଡା ଥାନା ପୁଲିସକୁ ମିଳିଛି ଏକ ସଫଳତା। ଏକ ମାଲ ବୋଝେଇ ଗାଡ଼ିରେ ନକଲି ନମ୍ବର ପ୍ଲେଟ ଲଗାଇ ଏହି ଗୋଛାପଡା ଅଞ୍ଚଳରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଏକ ଗାଡିକୁ ଜବତ କରିଥିଵା ବେଳେ ସେହି ଗାଡ଼ିରୁ ଏକ କୁଇଣ୍ଟାଲ ପନ୍ଦର କିଲୋ ଗଞ୍ଜେଇ ସହ ଦୁଇଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି।
ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଗୋଛାପଡା ଥାନା ବାଲାନ୍ଦାପଡା ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିଵା ଖବର ପାଇ ଗୋଛାପଡା ଅତିରିକ୍ତ ଥାନା ଅଧିକାରୀ ମନୋରଞ୍ଜନ ଭୋଇଙ୍କ ନେତୃତ୍ୱରେ ଏକ ଟିମ ଗାଡିଟିକୁ ଗୋଛାପଡା ଠାରୁ ବାଲାନ୍ଦାପଡା ରାସ୍ତାର ପକାରୀ ଘାଟି ଠାରେ କାବୁ କରିବାରେ ସକ୍ଷମ ହୋଇଥିଲେ। ଗାଡିଟିକୁ ଯାଞ୍ଚ କରିବା ସମୟରେ ଗାଡ଼ିରେ ଲଗା ଯାଇଥିଵା ନମ୍ବର ପ୍ଲେଟ ନକଲି ବୋଲି ଜଣାପଡିଥିବା ବେଳେ ଗାଡ଼ିରୁ ଏକ କୁଇଣ୍ଟାଲ ପନ୍ଦର କିଲୋ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ପୁଲିସ ଦୁଇଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଥିଲା। ଗିରଫ ଦୁଇଜଣ ଅନୁଗୁଳ ଜିଲ୍ଲା କିଷନନଗର ଥାନା ଲକ୍ଷ୍ମୀପ୍ରସାଦପୁର ଗାଁର ସୁଶାନ୍ତ ବେହେରା ଓ ବସନ୍ତ ବେହେରା ବୋଲି ଜଣାପଡିଛି। ଗିରଫ ଦୁଇ ଜଣ ଅଭିଯୁକ୍ତ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୁଲିସ ଜାଣିବାକୁ ପାଇଥିବା ବେଳେ ଘଟଣାକୁ ନେଇ ଗୋଛାପଡା ଥାନାରେ ୧୧/୨୪ରେ ଏକ ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ଅଧିକାରୀ ମନୋରଞ୍ଜନ ଭୋଇ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories