ନୂଆଦିଲ୍ଲୀ : ତାଞ୍ଜାନିଆରେ ଏକ ଖଣିରେ ଭୂସ୍ଖଳନରେ ୨୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଏହା ମଧ୍ୟରେ ଫସି ରହିଛନ୍ତି। ତାଞ୍ଜାନିଆର ସିମିୟୁର ବାରିଆଦିରେ ଖଣିରେ ଏହି ଭୂସ୍ଖଳନ ଘଟିଛି।
ସୂଚନାନୁଯାୟୀ, ବାରିଆଦିରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଖଣି ଭିତରେ ବହୁ ଲୋକେ କାମ କରୁଥିଲେ। ଏହି ସମୟରେ ହଠାତ୍ ମାଡି ଅତଡା ଖସିବାକୁ ଆରମ୍ଭ କରିଥିବା ସହ ଭୂସ୍ଖଳନ ହୋଇଥିଲା। ଫଳରେ ସେଠାରେ କାମ କରୁଥିବା ଲୋକେ ଏହା ମଧ୍ୟରେ ଫସି ରହିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକେ ଏବେ ମଧ୍ୟ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଅଘଟଣ ବିଷୟରେ ଜାଣି ତାଞ୍ଜାନିଆ ରାଷ୍ଟ୍ରପତି ସାମିୟା ସୁଲୁହୁ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଗୁରୁତରଙ୍କ ସଠିକ୍ ଚିକିତ୍ସା ପାଇଁ ଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଘଟଣ ; କାମ କରୁଥିଲେ ଶ୍ରମିକ, ଭୂସ୍ଖଳନରେ ଚାଲିଗଲା ୨୨ ଜୀବନ
Popular Categories



