www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ଧାର ଘେରରେ ପ୍ରେମଝୋରୀ ଗ୍ରାମବାସୀ

ଫୁଲବାଣୀ : ଲଗାଣ ବର୍ଷାରେ ଘର ଦୁଆରେ ପାଣି ପଶିବା ସହିତ ବିଦ୍ୟୁତ୍ ଖୁଣ୍ଟ ସବୁ ଉପୁଡ଼ି ପଡିଛି । ଯାହା ଫଳରେ ୪ ଦିନ ବିତି ଯାଇଥିଲେ ସୁଦ୍ଧା ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ଅନ୍ଧକାର ଘେରରେ ଜୀବନ କାଟୁଛନ୍ତି ଗ୍ରାମବାସୀ । ବର୍ଷା ଦିନରେ ସାପ, ବେଙ୍ଗ, ସରୀସୃପ ଭୟ ଲାଗି ରହିଥିବା ବେଳେ ଗ୍ରାମବାସିଙ୍କର ଡିବିରି ଆଲୁଅ ଭରଷା ସାଜିଛି । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପ୍ରେମଝୋରି ଗ୍ରାମରେ । ୪ ତିନିଦିନ ଧରି ଲଗାଣ ବର୍ଷା ଫଳରେ ମଙ୍ଗଳବାରରୁ କରେଣ୍ଟ ଯାଇଛି। ଭୀଷଣ ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି । ତାହା ୪ ଦିନ ବିତି ଯାଇଥିଲେ ସୁଦ୍ଧା ମରାମତି କରାଯାଇ ନାହିଁ। ଯାହା ଫଳରେ ପ୍ରେମଝୋରୀ ଗ୍ରାମର ଲୋକ ମାନେ ଅନ୍ଧାରରେ ଜୀବନ ବିତାଉଛନ୍ତି। ତେଣୁ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ହୋଇପଡିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories