www.samajalive.in
Saturday, December 6, 2025
14.1 C
Bhubaneswar

ମେଡିକାଲ କଲେଜ ପରିସରରୁ ୫ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ନୂତନ ଭାବେ ନିର୍ମାଣ ଚାଲିଥିବା ମେଡିକାଲ କଲେଜ ପରିସରରେ ଏକ ୫ ଫୁଟର ଅଜଗର ସାପ ପଶି ଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲା । ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର , ରବୀନ୍ଦ୍ର ମହାରଣା , ଶିବପ୍ରସାଦ ପାତ୍ର , ଏବଂ ମହେଶ ସୁବୁଦ୍ଧି ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରାଯାଇ ଦୂର ଜଙ୍ଗଲରେ ଛାଡି ଦିଆଗଲା। ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ସ୍ଥାନୀୟ କଲେଜ କର୍ମଚାରୀ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଯେ, ମେଡ଼ିକାଲ୍ କଲେଜ କାମ ଜୋରସୋରରେ ଚାଲିଥିବା ବେଳେ ଇତି ମଧ୍ୟରେ ଅନେକ ଅଧିକାରୀ ମଧ୍ୟ ଗସ୍ତ କରି ସମୀକ୍ଷା କରି ଫେରୁଛନ୍ତି। ଆସନ୍ତା ଡ଼ିସେମ୍ବର ସୁଦ୍ଧା ଉକ୍ତ କାର୍ଯ୍ୟ ସମାପ୍ତ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଥିବାର ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories