www.samajalive.in
Saturday, December 6, 2025
15.1 C
Bhubaneswar

ନିୟନ୍ତ୍ରଣ ହେଉ ନାହିଁ ପରିବା ଦର

କଲମପୁର : ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦରବୃଦ୍ଧି ସହ ତାଳ ଦେଇ ଏବେ ଟମାଟୋ ଦର ୧୨୦ରୁ ବୃଦ୍ଧି ପାଇ ୧୬୦ରେ ପହଂଚି ସାରିଛି। ଲଙ୍କା ଏବେ ୫ଶହ। ଅଦା ୪ଶହ  ହୋଇଥିବା ବେଳେ ବାଇଗଣ ବନ୍ଧାକୋବି ୬୦ଟଙ୍କା ଉପରେ। ସଜନା, ଫୁଲକୋବି, ପୋଟଳ ଏବଂ କାଙ୍କଡ ଭଳି ପରିବା ୧୨୦ ଟଙ୍କା ଉପରେ। ଗତ ଦେଢ ମାସ ଧରି ଏଭଳି ପରିବାର ଦର ଦିନକୁ ଦିନ ବୃଦ୍ଧି ପାଇ ଆକାଶ ଛୁଆଁ  ହୋଇଛି ସିନା ନିୟନ୍ତ୍ରଣ ହେବାର ନାଁ ଧରୁ ନାହିଁ। ବୋଇତାଳୁ କିଲୋ ପ୍ରତି ୪୦ ଟଙ୍କା ରହିଥିବା ବେଳେ ସାରୁ ଏବଂ କଲରା ୮୦ଟଙ୍କାରେ ପହଂଚି ସାରିଛି। ଏସବୁ ପନିପରିବାର ଦରବୃଦ୍ଧି ଶୁଣି ଖାଉଟି ଛାନିଆ। ଗରିବ ମଧ୍ୟବିତଙ୍କ ପଖାଳ କଂସାରୁ ଲଙ୍କା ଗାଏବ  ହୋଇ ସାରିଲାଣି। ପରିବାର ଦର ନିୟନ୍ତ୍ରଣ ହେଉନଥିବାରୁ ଗରିବ ଲୋକ ବଜାରକୁ ଯିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି। ସତେ ଯେମିତି ପରିବା ବଜାର ଗରିବଙ୍କୁ ମନା  ହୋଇ ସାରିଛି।
ପନିପରିବା ଦର ବୃଦ୍ଧି ଖାଉଟି ଉପରେ ଶକ୍ତ ପାହାର ଭଳି ମନେ ହେଉଛି। ରନ୍ଧା ଶାଳରେ ଦର ବୃଦ୍ଧିର ମାଡ ଯୋଗୁଁ ଚାଷୀ, ଶ୍ରମିକ ଏବଂ କୃଷକ ପରିବାର ଅସହାୟ  ହୋଇ ପଡିଛନ୍ତି। ଚାଷୀ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ଅଭାବ ଯୋଗୁଁ ଅଭାବୀ ବିକ୍ରିର ଶିକାର  ହୋଇ ମଧ୍ୟସ୍ଥଙ୍କ ମାଧ୍ୟମରେ ନିଜର କଷ୍ଟ ଉପାର୍ଜିତ ସାମଗ୍ରୀକୁ ଅତ୍ୟନ୍ତ ନ୍ୟୁନ ମୂଲ୍ୟରେ ଟେକି ଦେଉଛନ୍ତି। ଯାହାର ପ୍ରଭାବ ପରବର୍ତି ସମୟରେ ସେହି ଚାଷୀଙ୍କ ସମେତ ସମସ୍ତ ଖାଉଟି ପ୍ରଭାବିତ ହେଉଛନ୍ତି। ବାରମ୍ବାର ପ୍ରତ୍ୟେକ ବ୍ଲକ ଅଂଚଳରେ ଗୋଟାଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଦାବି କରାଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଜୁନ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପନିପରିବା ଦର ବୃଦ୍ଧି ଘଟୁଛି। ଗତ ଅପ୍ରେଲ ମାସରେ ଟମାଟୋ କିଲୋ ପ୍ରତି ୫ଟଙ୍କାରେ ଚାଷୀ ବିକ୍ରୟ କରିଥିଲେ। ଅନେକ ଚାଷୀ ନିଜ କଷ୍ଟ ଉପାର୍ଜିତ ଟମାଟୋର ସଠିକ ମୂଲ୍ୟ ପାଇବାରୁ ବଂଚିତ ହେବା କାରଣରୁ ରାସ୍ତାରେ ମଧ୍ୟ ଫିଙ୍ଗି ଦେଇଥିଲେ। ଯଦି ସରକାରଙ୍କ ତରଫରୁ ଶୀତଳ ଭଣ୍ଡାର ମାଧ୍ୟମରେ ଏହି ଟମାଟୋ ସବୁକୁ ସଂରକ୍ଷଣ ରଖିବାର ବ୍ୟବସ୍ଥା କରାଯାଇଥାନ୍ତା ତେବେ ଆଜି ଟମାଟୋ ଦର ନିୟନ୍ତ୍ରୀତ  ହୋଇ ପାରିଥାନ୍ତା  ବୋଲି କୁହାଯାଉଛି। । ତେଣୁ ସରକାର ବର୍ତମାନ ଠାରୁ ପନିପରିବା ସଂରକ୍ଷଣ ପାଇଁ ପ୍ରତି ବ୍ଲକ ସଦର ମହକୁମାରେ ଗୋଟାଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନର ବ୍ୟବସ୍ଥା କରିବା ଦିଗରେ ପ୍ରୟାସ କଲେ ଚାଷୀଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଅଭାବୀ ବିକ୍ରିରୁ ମୁକ୍ତି ପାଇବା ସମେତ ଖାଉଟିଙ୍କ ନ୍ୟାୟ ସମସ୍ୟା ଦୂର ହୋଇ ପାରନ୍ତା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories