କାମାକ୍ଷାନଗରର : କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟା ପାଳ ଗ୍ରାମ ପଞ୍ଚାୟତରେ ହାତୀ ଉପଦ୍ରବ ଲାଗି ରହିଛି। କଙ୍କଡ଼ାହାଡ଼ ବ୍ଲକର କଣ୍ଟାପାଳ , ରଙ୍ଗ ମାଟିଆ , କରାଡ଼ା ପାଳ, ଆମ୍ବିଳି, ବାଲି ପଶି ଅଞ୍ଚଳରେ ଗତ ୭ ଦିନ ଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଏହି ହାତୀପଲ କଣ୍ଟାପାଳ ବାଲି ପଶି ଗ୍ରାମରେ ଥିବା ଧାନ ତଳି ନଷ୍ଟ କରୁଥିବା ବେଳେ ଚାଷୀ ଶିବ ଟୁଡୁ ହାତୀ ଆସିବା ଜାଣି ଘରୁ ବାହାରି ହାତୀକୁ ପାଟି କରି ତଡିବାକୁ ପ୍ରୟାସ କରିଥିଲେ । ହାତୀପଲଙ୍କ ମଧ୍ୟରୁ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ଶିବ ଟୁଡୁ ଆହତ ହୋଇ ପଡ଼ିଥିଲେ। ତାଙ୍କର ଘର ପାଖରେ ଥିବା ବ୍ୟାପକ ଧାନ ତଳି ନଷ୍ଟ ହୋଇ ଥିବାର ଜଣାପଡିଛି। ବିଭାଗୀୟ ସ୍ତରରେ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
Popular Categories



