ଦୁର୍ଗମ ଅଞ୍ଚଳରେ ଝଲସୁଛି ୫ଟି ବିଦ୍ୟାଳୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକରେ ତୃତୀୟ ପର୍ୟ୍ୟ।ୟରେ ୫ଟି ବିଦ୍ୟାଳୟ ମାନଙ୍କର ରୂପାନ୍ତରିତ କାର୍ୟ୍ୟ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ସରକାରଙ୍କ ନିର୍ଦେଶ କ୍ରମେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିବା ଏହି ବିଦ୍ୟାଳୟ ମାନଙ୍କର ରୂପାନ୍ତରିତ କାର୍ୟ୍ୟ ସଫଳତାର ସହ ସମ୍ପୂର୍ଣ କରିବାକୁ କ ନୂଆଗାଁ ବ୍ଲକ ପ୍ରଶାସନ ଦିନ ରାତି ଏକ କରି ଲାଗି ପଡିଛନ୍ତି । ବିଶେଷ କରି କ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସଙ୍କ ଆନ୍ତରିକତା ଓ ପ୍ରତ୍ୟକ୍ଷ ତତ୍ତ୍ୱ।ବଧିନରେ ପାଞ୍ଚଟି ୫ଟି ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ କାର୍ୟ୍ୟ ଦ୍ରୁତ ଗତିରେ ନିର୍ମାଣ କାର୍ୟ୍ୟ ଚାଲି ସମ୍ପୂର୍ଣ ହୋଇଛି। ଏଇ ସିଦ୍ଧେଶ୍ଵର ପାଣିଗ୍ରାହି, ଶୁଭମ୍ ମହାପାତ୍ର, ଯନ୍ତ୍ରୀ ପ୍ରକ।ଶ ସେଠି, ସିପି ରାକେସ କୁମାର ସାହୁ, ଲବ କୁମାର ନାୟକ, ଓ ସମସ୍ତ ଅଧିକାରୀ ଏହି କାର୍ୟ୍ୟରେ ନିୟୋଜିତ ହୋଇ ନିରଵିଛିନ ଭାବେ କାର୍ୟ୍ୟ କରି ବିଦ୍ୟାଳୟ କାର୍ୟ୍ୟ ଶେଷ କରିଛନ୍ତି ।

ତୃତୀୟ ପର୍ୟ୍ୟ।ୟରେ ଚାଲିଥିବା ପାଞ୍ଚଟି ବିଦ୍ୟାଳୟ ମହାସିଙ୍ଗି ପାଟଶ୍ରୀ ହାଇସ୍କୁଲ,ସିର୍ତିଗୁଡ଼ା ସ୍ବର୍ଣ୍ଣପୁର ହାଇସ୍କୁଲ, ଗୁଞ୍ଜିବାଡ଼ି ଜ୍ଞାନଯୋତି ହାଇସ୍କୁଲ,ବଣ୍ଡଗୁଡ଼ା ପଂଚାୟତ ହାଇସ୍କୁଲ, ସିଏଲଭିଡିଏମ ତପବନ ଚାଞ୍ଚେଡି ହାଇସ୍କୁଲ, ଗୁଡ଼ିକର ଅତ୍ୟ।ଧିନିକ ପଠାଗାର , ସାଇନ୍ସ ଲ୍ୟ।ବ, ରୋଷେଇଶ।ଳ ଛାତ୍ରଛାତ୍ରୀଙ୍କ ସାଇକଲ ଷ୍ଟାଣ୍ଡ,ଶାରୀରିକ ବ୍ୟ।ମ ଲାଗି ଉନତ ମାନର ଜିମ, ଖେଳ ପଡ଼ିଆ ସହ ସୁନ୍ଦର ସୁନ୍ଦର ବଗିଚା ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ଏହି ଆଦିବାସୀ  ଅଂଚଳରେ ଥିବା ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଉ ଥିବା ଯୋଗୁଁ ଗ୍ର।ମବାସୀ ,ଛାତ୍ର ଛାତ୍ରୀ .ସ୍ଥାନିୟ ଵିଡିଓ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments are closed.