ବିଭିନ୍ନ ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଫିରିଙ୍ଗିଆ, ଫୁଲବାଣୀ : ଫିରିଙ୍ଗିଆ ବ୍ଲକ କାର୍ୟ୍ୟାଳୟରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟ ଓ ୟୁ ଜେ କନ୍ଧମାଳ ସଙ୍ଘ ଓ ଫିରିଙ୍ଗିଆ ବ୍ଲକ ପ୍ରେସ କ୍ଳବ ମିଳିତ ଭାବେ ଏହି ଦାବି ପ୍ରଦାନ କରାଯାଇଛି । ଦାବି ମୁତାବକ ବୀମା ରାଶିକୁ ବୃଦ୍ଧି କରିବା, ସାମ୍ବାଦିକ ମାନଙ୍କୁ କରାଯାଉଥିବା ଅବହେଳା ଭଳି ବିଭିନ୍ନ ସମସ୍ୟା କୁ ନେଇ ତାର ସମାଧାନ ପାଇଁ ଦାବି ପ୍ରଦାନ କରାଯାଇଛି । ଦାବି ପ୍ରଦାନ ବେଳେ ଫିରିଙ୍ଗିଆ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ, ଶରତ ମିଶ୍ର, ଫିରିଙ୍ଗିଆ ପ୍ରେସ କ୍ଳବ ସଭାପତି ଉତ୍ତମ ଖମାରି, ମନୋଜ ସାହୁ, ସୁଶାନ୍ତ ଦିଗାଳ, ସଞ୍ଜୟ କୁମାର ସାହୁଙ୍କ ସହ ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

Comments are closed.