ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମୟୁରଭଞ୍ଜ : ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ। ଜନ୍ମମାଟିରେ ଗୁରୁବାର ପହଞ୍ଚି ସାରଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୁରଭଞ୍ଜ ଗସ୍ତ। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଛି ସ୍ୱାଗତ ସମ୍ବର୍ଦ୍ଧନା। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି। ବାଦାମପାହାଡ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି ରାଷ୍ଟ୍ରପତି। ହେଲିପ୍ୟାଡରୁ ଓହ୍ଲାଇବା ପରେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ହେଲିପ୍ୟାଡରେ ଓହ୍ଲାଇବା ପରେ ସ୍ୱତନ୍ତ୍ର କାର୍କେଡ୍ରେ ପାହାଡପୁର ଅଭିମୁଖେ ରାଷ୍ଟ୍ରପତି।
Comments are closed.