www.samajalive.in
Saturday, December 6, 2025
26.1 C
Bhubaneswar

ବାଇକରେ ଭ୍ରମଣ କରି ଚିହ୍ନଟ କଲେ ଲୁପ୍ତପ୍ରାୟ ପର୍ଯ୍ୟଟନ ସ୍ଥଳ

ନୀଳଗିରି: ଆମ ଓଡ଼ିଶାରେ ବହୁ ପର୍ୟ୍ୟଟନ କ୍ଷେତ୍ର ରହିଛି, ଯାହା ଏବେ ବି ଲୁପ୍ତପ୍ରାୟ ହୋଇ ପଡ଼ିଛି । ବହୁ ଜାଗାକୁ ନା ଗମନାଗମନର ସୁବିଧା ଅଛି ନା ଏ ବାବଦରେ କେହି ଆବିଷ୍କାର କରି ପାରୁଛନ୍ତି । ମୟୂରଭଞ୍ଜର ଶିମିଳିପାଳ ହେଉ ବା ନୀଳଗିରି ସିଆଡ଼ିମାଳର ପ୍ରାକୃତିକ ପରିବେଶ । ବାଲେଶ୍ୱରରୁ ମହେନ୍ଦ୍ରଗିରି, ଦାରିଙ୍ଗବାଡ଼ି, କେଦାରନାଥ, ବାରଣାସୀ ପ୍ରଭୃତି ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରେ ସଂଖ୍ୟାଧିକ ପର୍ୟ୍ୟଟନ କ୍ଷେତ୍ରକୁ ଚିହ୍ନଟ କରିବା ସହ ଏହାକୁ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଫଟୋ ଭିଡ଼ିଓ ପୋଷ୍ଟ କରି ଚର୍ଚ୍ଚିତ ହୋଇଛନ୍ତି ନୀଳଗିରି ସହର କଦମସାହିର ଆଶୁତୋଷ ଜେନା(୨୪) । ବାପା ଭବାନୀ ଶଙ୍କର ଜେନା, ମାଆ ମଞ୍ଜୁଲତା, ଭାଇ ଭବତୋଷ ଏବଂ ସାଙ୍ଗସାଥୀଙ୍କ ପ୍ରେରଣାରେ ସେ ଆରମ୍ଭ କରିଥିଲେ ପର୍ୟ୍ୟଟନ ଯାତ୍ରା ।
ଓଡ଼ିଶାର ଲୁପ୍ତ ହୋଇ ଯାଇଥିବା ପର୍ୟ୍ୟଟନ କ୍ଷେତ୍ରକୁ ସେ ଏକପ୍ରକାର ଆବିଷ୍କାର କରିଛନ୍ତି । ନିଜର ବାଇକରେ ସେ ଦୀର୍ଘ ପଥ ଯାତ୍ରା କରିବା ସହ ଦୁର୍ଗମ ଅଞ୍ଚଳର ଶୋଭାମଣ୍ଡିତ ପର୍ୟ୍ୟଟନ କ୍ଷେତ୍ରକୁ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ।  ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ‘ପରିଚୟ’ ନାମରେ ଏକ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପର୍ୟ୍ୟଟନ ବିଭାଗ ଅଧିକାରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଲଗ୍ନଜିତ ରାଉତ, ଓଡ଼ିଆ ସିନେ ଜଗତର ଅଭିନେତା ସବ୍ୟସାଚୀ ମିଶ୍ର, କଣ୍ଠଶୀଳ୍ପି ରେଫର ବିଗ୍‍ଡ଼ିଲ ପ୍ରମୁଖ ଉପସ୍ଥିତ ରହିଥିଲେ । ବାଲେଶ୍ୱର ଜିଲାରୁ ଏକମାତ୍ର ପ୍ରତିଭା ଭାବେ ଆଶୁତୋଷଙ୍କୁ ଏହି କାର୍ୟ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶାର ପର୍ୟ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ଦିଗରେ ତଥା ଆଶୁତୋଷଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ସୂଚନା ଯେ, ଆଶୁତୋଷ ସମ୍ପ୍ରତି ଏମସିଏ ଛାତ୍ର ଅଛନ୍ତି । ପାଠପଢ଼ା ସହ ରାଜ୍ୟ ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ସେ ଏକପ୍ରକାର ଅଣ୍ଟା ଭିଡ଼ିଛନ୍ତି । ଏହି ଯାତ୍ରାରେ ସେ ସଫଳତା ପାଇ ଚାଲିଥିବା ବେଳେ ଆଗକୁ ଅନେକ କାର୍ୟ୍ୟକ୍ରମ ହାତକୁ ନେବେ ବୋଲି ଜଣାଇଛନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories