www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରେମ ପରେ ବ୍ଲାକମେଲିଂ ; ଟଙ୍କା ନେବାକୁ ଆସି ଗିରଫ ହେଲେ ଛତିଶଗଡ଼ ଯୁବକ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ରୋରକ ଘଟଣା । ସୋସିଆଲ ମିଡିଆରେ ପ୍ରେମ ଜାଲରେ ଜନୈକ ନାବାଳିକାକୁ ଫସାଇବା ଓ ପରବର୍ତ୍ତି ସମୟରେ ବ୍ଳକମେଲିଂ କରିବା ଏବଂ ଦାବି ମୁତାବକ ଟଙ୍କା ନେବାକୁ ଆସି ଯୁବକ ଜଣକ ପୁଲିସ୍ ହାତରେ ଧରାପଡ଼ିବା ଘଟଣା ସାମ୍ନାକୁ ଆସିଛି।
ଖବର ପ୍ରକାରେ , ଛତିଶଗଡ଼ ରାଜ୍ୟ ରାଇଘର ଜିଲ୍ଲା ପୁଂଜପଥର ଥାନା ଉଜ୍ଜ୍ବଳପୁର ଗ୍ରାମର ଭଗବତୀ ଦୀପ ନାମକ ଜଣେ ଯୁବକଙ୍କୁ ଖଜୁରୀପଡା ପୁଲିସ୍ ପ୍ରେମ ପରେ ବ୍ଲାକମେଲିଂ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।  ଛତିଶଗଡ଼ ରାଜ୍ୟର ଉକ୍ତ ଯୁବକ କୌଣସି ପ୍ରକାରେ ନାବାଳିକାଙ୍କୁ ଚତୁରତାର ସହ ଫସେଇବା ସହ ପ୍ରେମ ସମ୍ପର୍କ ରଖିଥିଲେ। ପରେ ନାବାଳିକାଙ୍କୁ ବ୍ଲାକମେଲିଂ ଆରମ୍ଭ କରି ଟଙ୍କା ପଇସା ପଠେଇବାକୁ ବାଧ୍ୟ କରିବା ସହ ଟଙ୍କା ନଦେଲେ ସବୁ ଫଟୋ ଭିଡିଓ ଭାଇରାଲ କରିବାକୁ ନାବାଳିକାଙ୍କୁ ଧମକ ଦେବାପରେ ଶେଷରେ ଝିଅ ନିଜର ପରିବାରରେ ସବୁକଥା କହିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା ଅନୁସାରେ ତାକୁ ଟଙ୍କା ଦେବାସହ ଘରକୁ ଡକାଇଥିଲେ।  ଟଙ୍କା ପାଇବା ଆଶାରେ ଯୁବକ ଜଣକ ଉକ୍ତ ଗ୍ରାମକୁ ଆସିଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ପୁଲିସ୍ ଅଭିଯୁକ୍ତ ଭଗବତୀ ଦୀପକୁ ତୁରନ୍ତ ଗିରଫ କରି ଥାନାକୁ ଆଣି ପ୍ରାଥମିକ ତଦନ୍ତ ସହ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ପ୍ରଦାନ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories