www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବନାହିଁ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତିରେ ଏହି ବ୍ୟବସ୍ଥା ରହିଛି। ସରକାରଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି  ଜାରି କରାଯାଇଛି। ନୂଆ ଅବକାରୀ ନୀତି ସରକାରଙ୍କ ଅନୁମୋଦନ ଲାଭ କରିଥିବା ଗୁରୁବାର ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ମିହିର ପ୍ରସାଦ ମହାନ୍ତି ଅବକାରୀ ଆୟୁକ୍ତଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏପ୍ରିଲ ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ନୂଆ ନୀତି ଅନୁସାରେ, ୨୦୨୩-୨୪ ବର୍ଷରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ। ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର କୋଠରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ ଆୟୁକ୍ତ ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିପାରିବେ। ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଦର ବୃଦ୍ଧି ପାଇବ। ନୂଆ ନୀତିରେ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ପାନୀୟ ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ ଓ ବିକ୍ରୟ କରାଯିବ। ଏହି ବ୍ୟବସାୟକୁ ସହଜ କରିବାକୁ ସ୍ବୟଂକ୍ରିୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ଅବକାରୀ କ୍ଷେତ୍ରରେ ତଦାରଖ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସହ ଖିଲାପିଙ୍କ ବିରୋଧରେ ଚଢ଼ଉ ଜୋରଦାର କରାଯିିବ। ରାଜ୍ୟ ସରକାର ଲାଇସେନ୍ସ ଦେୟ, ଏମଜିକ୍ୟୁ(ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଦେୟରେ ସାମାନ୍ୟ ବୃଦ୍ଧି କରିଛନ୍ତି। ଠିପି ଖୋଲା ମଦଦୋକାନକୁ ଠିପି ବନ୍ଦ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି। ଓଟିଡିସି ଏବଂ ଆଇଟିଡିସିକୁ ଅନ୍ ଲାଇସେନ୍ସ ପ୍ରଦାନ କରାଯାଇପାରିବ। ଓଡ଼ିଶାର ବେଳାଭୂମିରେ ମଦ ପରଷିବାକୁ ଅନୁମତି ମିଳିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories