www.samajalive.in
Saturday, December 6, 2025
23.1 C
Bhubaneswar

ଚଳନ୍ତା ଟ୍ରେନରୁ ସହଯାତ୍ରୀଙ୍କ ଧକ୍କାରେ ଯୁବକ ଗୁରୁତର

ନନ୍ଦପୁର : ଜଗଦଲପୁର ଅଞ୍ଚଳର ଜାଭେଦ ମହମ୍ମଦ ନାମକ ଜଣେ ଯୁବକଙ୍କୁ କିରାଣ୍ଡୁଳ-ବିଶାଖାପାଟଣା ଯାଉଥିବା ପାସେଞ୍ଜର ଚଳନ୍ତା ଟ୍ରେନରୁ କିଛି ସହଯାତ୍ରୀ ଧକ୍କା ଦେବା ଫଳରେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୀରାଣ୍ଡୁଳ ବିଶାଖାପାଟଣା ରେଳ ଧାରଣାରେ ଥିବା ପାଡୁଆ ଷ୍ଟେସନରୁ ମାତ୍ର ଦେଢ଼ କିମି ପୂର୍ବରୁ ହୋଇଛି। ଗୁରୁତର ଆହତ ଯୁବକଙ୍କ ଗୋଡର ପାଦ ଟ୍ରେନ ଚକ ତଳେ ଆସି ସମ୍ପୂର୍ଣ ନଷ୍ଟ ହୋଇଛି। ଘଟଣା ଗତକାଲି ସନ୍ଧ୍ୟାରେ ହୋଇଥିଲେ ସୁଦ୍ଧା ଆଜି ଶୁକ୍ରବାର ସକାଳୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସହ ରମଯାନ ପାଳନରେ ସାମିଲ ହେବାକୁ ଆସିବା ବେଳେ ଏଭଳି ଅଘଟଣ ହୋଇଛି। ଟ୍ରେନରେ ଥିବା କିଛି ସହଯାତ୍ରୀଙ୍କ ସହ ଯୁକ୍ତି ତର୍କ ହେବା ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦିଆଯାଇଛି। ଫଳତଃ ଟ୍ରେନ ଚକ ତଳେ ଆସି ଜାଭେଦଙ୍କ ବାମ ଗୋଡ଼ର ପାଦ ସମ୍ପୂର୍ଣ କଟି ଛିଡି ଯାଇଛି। ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ପଞ୍ଚାୟତରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ଲୋକେ ରମଜାନ ମାସ ପାଳନ ଓ ଦୁଃଖିରଙ୍କିଙ୍କୁ ଖଇରାତ ବାଣ୍ଟିବା ଖବର ପାଇ ଟ୍ରେନ ଯୋଗେ ଆସୁଥିଲେ ଜଗଦଲପୁର ଅଞ୍ଚଳର ଜାଭେଦ ମହମ୍ମଦ। ଆଗରୁ ଭାଇ  ଓ ମାଉସୀ ଆସିଥିଲେ। ସେ ପରେ କାଲି ସନ୍ଧ୍ୟାରେ ଟ୍ରେନ ଯୋଗେ ଥୁବା ଆସୁଥିଲେ। ଆଗକୁ ଥିବା ପାଡୁଆ ଷ୍ଟେସନରେ ଓହ୍ଲେଇ ଥାଆନ୍ତେ। ଆସିବା ବେଳେ ଜୟପୁରରୁ ଟ୍ରେନରେ ଚଢ଼ି ବସିଥିବା କିଛି ଲୋକଙ୍କ ସହ ଟିକେ ଯୁକ୍ତି ତର୍କ ହୋଇଥିଲା। ଯେତେବେଳେ ସେ ପାଡୁଆ ଷ୍ଟେସନ ଦେଢ଼ ରୁ ୨ କିମି ପୂର୍ବରୁ ଗେଟ ପାଖକୁ ଆସି ତଳେ ବସିଥିବା ବେଳେ ତାଙ୍କୁ ପଛରୁ ଠେଲିଦେଲେ ବୋଲି ଜାଭେଦ କହିଛନ୍ତି। ରାତି ସାରା ଘୁଷୁରୀ ଘୁଷୁରୀ ପ୍ରାୟତଃ ୩୦୦ ମିଟର ଆସି ନନ୍ଦପୁର ପାଡୁଆ ସଂଯୋଗ କରୁଥିବା ରାସ୍ତା କଡର ଡ୍ରେନ ଭିତରେ ପଡ଼ିଯାଇ ଥିଲେ। ସକାଳୁ ରାସ୍ତାରେ ଯାଉଥିବା ପଥଚାରୀ ଦେଖଣାହାରୀ ତାଙ୍କୁ ମୂର୍ମୂର୍ଷ ଅବସ୍ଥାରେ ଦେଖି ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଚାଳକ ଓ ସହାୟକ ପହଞ୍ଚି ଜାଭେଦଙ୍କ ଠୁ ମାଉସୀ ଓ ଭାଇ ରାସ୍ତାରେ ପଡୁଥିବା ଥୁବା ଗାଁରେ ଥିବା ଜାଣି ସେଠୁ ସେମାନଙ୍କୁ ସାଥିରେ ଆଣି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର କରିଛନ୍ତି। ରେଲୱେ ଜିଆରପି ପୁଲିସ ଓଆଇସି ବିନୟ କୁମାର ଭୋଇଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀ ଭୋଇ ତଦନ୍ତ କରିବେ ବୋଲି କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories