ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ଚାଲିଥିବା ବେଳେ ପୁଣି ଉପର ପାଙ୍ଗା ସାହି ପଞ୍ଚାୟତର ସିକେରି ଗାଁ ଜଙ୍ଗଲ ନିକଟରେ ଏକ କୁଡିଆ ଘରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ୮ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଫିରିଙ୍ଗିଆ ପୁଲିସକୁ ଦେଖି ଚାରି ଜଣ ଗଞ୍ଜେଇ ମାଫିଆ ଫେରାର ହେବାର ସକ୍ଷମ ହେଇ ଥିବା ପୁଲିସ ସୂତ୍ରରୁ ଜଣା ପଡ଼ିଛି । ପୁଲିସ କହିବା ଅନୁସାରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ଉପରପାଙ୍ଗା ସାହି ପଞ୍ଚାୟତର ଶିକେରୀ ଗାଁରେ ପହଞ୍ଚିଥିବା ବେଳେ ଘଟଣା ସ୍ଥଳରୁ ୮କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଥିବା ସକ୍ଷମ ହୋଇଥିଲା । ଅନ୍ୟ ପଟେ ଏହି ଘଟଣାରେ ଥାନାରେ ୩୫/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।
Popular Categories



