www.samajalive.in
Sunday, December 7, 2025
14.1 C
Bhubaneswar

ନୂତନ ବିଦ୍ୟାଳୟ କୋଠା ନିର୍ମାଣ ଦାବି 

ସମ୍ବଲପୁର :  ସମ୍ବଲପୁର ଜିଲା ବଦୁଆପାଲି ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଅଇଁଲାପାଲି ଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଜିଲା ଶିକ୍ଷା ବିଭାଗ ଅଧିନରେ ଚାଲୁଛି। ଏହି ବିଦ୍ୟାଳୟର କୋଠାଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ବେଳେ କୌଣସି ସମୟରେ ଭୂଷୁଡି ପଡିବାର ଆଶଙ୍କା ଲାଗି ରହିଛି। ଏଣୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପୁରୁଣା ବିଦ୍ୟାଳୟ କୋଠା ସ୍ଥାନରେ ନୂତନ କୋଠା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦତ୍ତ ଦାବିପତ୍ରରେ ଜୟନାରାୟଣ ଦୀପ, ଶିବ ଶଙ୍କର ପୂଜାରୀ, ଘନଶ୍ୟାମ ବେହେରା, ଜଗଦିଶ ନାୟକ, କଲ୍ୟାଣି କୁବେଇ, ପ୍ରଭାସୀନି ପୋଢ଼, ଜ୍ୟୋତିଷ ନାୟକଙ୍କ ସମେତ ଅନେକ ଗ୍ରାମବାସୀଙ୍କ ଦସ୍ତଖତ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories