ଗ୍ରାହକଙ୍କୁ ୨୦ ହଜାର ଟଙ୍କା ଫାଇନ ଗଣିଲେ ପୋଷ୍ଟ ମ୍ୟାନ
ଫୁଲବାଣୀ : ଚିଠି ପ୍ରଦାନରେ ଅବହେଳା ମହଙ୍ଗା ପଡ଼ିଛି ପୋଷ୍ଟ ମ୍ୟାନଙ୍କୁ। ଗ୍ରାହକଙ୍କୁ ୨୦ ହଜାର ଟଙ୍କା ଫାଇନ ଗଣିଲେ । ସେବା ଯୋଗାଇବାରେ ଅବହେଳା କରି ୨୦ ହଜାର ଟଙ୍କା ଫାଇନ ଗଣିଲେ ପୋଷ୍ଟ ମ୍ୟାନ । ଚିଠି ପ୍ରଦାନ କରିବାରେ ଅବହେଳା କରିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଷ୍ଟ ମ୍ୟାନଙ୍କୁ ପଡ଼ିଛି ମହଙ୍ଗା।
ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ି ଅଞ୍ଚଳର ସାମ୍ବାଦିକଙ୍କ ନିକଟକୁ ସୂଚନା କମିଶନ ଭୁବନେଶ୍ୱରଙ୍କ ପକ୍ଷରୁ ଏକ ଚିଠି ହୋଇଥିଲା। ଯେଉଁଥିରେ ୩୦ ନଭେମ୍ବର ୨୦୨୨ରେ ସୂଚନା କମିଶନ ଭୁବନେଶ୍ୱରଙ୍କ ନିକଟରେ ଉପସ୍ଥିତ ହେବା ପାଇଁ। ହେଲେ ଏହି ଚିଠିଟିକୁ ପ୍ରିୟତମ ମାଝୀ ନାମକ ପୋଷ୍ଟ ମ୍ୟାନ ଦୀର୍ଘ ୧୦ ଦିନ ବିଳମ୍ବ କରି ପ୍ରଦାନ କରିଥିଲେ। ଫଳରେ ସେ ଠିକ ସମୟରେ ସୂଚନା କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିବା କାରଣରୁ ତାଙ୍କ ଅଭିଯୋଗ ସମନ୍ଧିତ ମାମଲାକୁ କମିଶନ ଖାରଜ କରି ଦେଇଥିଲେ। ଆଉ ଏହାକୁ ଭିତ୍ତି କରି ସେ ୮ ଅଗଷ୍ଟ ୨୦୨୩ରେ ଜିଲ୍ଲା ଖାଉଟି ଅଦାଲତ ଫୁଲବାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ୭ ମାସ ଧରି ଉଭୟଙ୍କ ମଧ୍ୟରେ ଆରୋପ ଓ ଦୋଷାରୋପ ହେବା ପରେ ଶେଷରେ ପୋଷ୍ଟ ମ୍ୟାନ ନିଜର ଭୁଲ ସ୍ୱୀକାର କରିବା ସହ ଖାଉଟି ଅଦାଲତର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଆପୋଷ ସମାଧାନ ପାଇଁ ରାଜି ହୋଇଥିବା ବେଳେ ୨୦ ହଜାର ଟଙ୍କା ଫାଇନ ଆକାରରେ ପୋଷ୍ଟ ମ୍ୟାନ ପ୍ରିୟତମ ମାଝୀ ଅଭିଯୋଗକାରୀଙ୍କୁ ପ୍ରଦାନ କରିଛନ୍ତି।
Comments are closed.