୩ ମାସରେ ୫୦ ମାଓବାଦୀ ନିପାତ!

ମାଲକାନଗିରି: ୩ ମାସରେ ୫୦ ମାଓବାଦୀଙ୍କ ଜୀବନ ଯାଇଛି । ଏହା ନିଜେ ସ୍ୱୀକାର କରିଛି ଲାଲବାହିନୀ । ପ୍ରେସ ବିଜ୍ଞପ୍ତି ମାଓ କେନ୍ଦ୍ରୀୟ କମିଟିର ମୁଖପାତ୍ର ପ୍ରତାପ ଏହି ସୂଚନା ଦେଇଛନ୍ତି । ପ୍ରେସ ବିଜ୍ଞପ୍ତିରେ ସେ ସୂଚନା ଦେଇଛନ୍ତି ଯେ ୨୦ ବର୍ଷରେ ୫ ହଜାରରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ କମରେଡ୍‌ ମାନେ ନିଜ ଜୀବନ ଦେଇଛନ୍ତି । କେବଳ ୩ ମାସରେ ୫୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଇଛି । ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନକାଉଣ୍ଟରବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦରେ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଓଡିଶା ସମେତ ୪ ରାଜ୍ୟରେ ସଙ୍ଗଠନ ବନ୍ଦ ଡାକରା ଦିଆଯାଇଛି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

Comments are closed.