www.samajalive.in
Thursday, November 13, 2025
25.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଛାତ୍ରଛାତ୍ରୀ କଲେ ପ୍ରତିବାଦ ଆନ୍ଦୋଳନ

ଗଞ୍ଜାମ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ନିକଟରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ସୋମବାର ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ସହ ପ୍ରତିବାଦ କରିଥିଲେ। ସକାଳ ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଧାରଣା ଚାଲିଥିଲା। ଫଳରେ ପିଲାମାନେ ଶ୍ରେଣୀକୁ ନ ଯାଇ ପ୍ରତିବାଦ କରିଥିଲେ। ପରେ ଅଧ୍ୟକ୍ଷାଙ୍କୁ ଏହା ଜଣାଇବା ସହିତ ଦୁଇ ଦିନ ମଧ୍ୟରେ ସମାଧାନ ନ ହେ​‌ଲେ ପୁଣି ଆନ୍ଦୋଳନ କରାଯିବା ନେଇ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମସିହାରେ ଏହି ଆଦର୍ଶ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ଦିନ ହେଲା ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେଇପାରୁନାହିଁ। ଫଳରେ ପିଲାମାନେ ଠିକ ଭାବେ ପାଠ ପଢି ପାରୁନାହାନ୍ତି। ଯାହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହା ଫଳରେ ସେମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହୋଇଥିଲେ। ପ୍ରକାଶ ଯୋଗ୍ୟ ଯେ ବର୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୪୬୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଶିକ୍ଷା ଦାନ ପାଇଁ ୧୧ଜଣ ରହିଥିବା ବେଳେ ଆବଶ୍ୟକ ପଡୁଛି ୧୬, ଅଭାବ ରହିଛନ୍ତି ଆଉ ୫ଜଣ ଶିକ୍ଷକ। ଫଳରେ ଏହାକୁ ନେଇ ଅସନ୍ତୋଷ ତେଜୁଛି। ଅନ୍ୟପଟେ ଗତ ୨୦୨୩ ମସିହାରେ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀ ଖୋଲା ଯାଇଛି। କିନ୍ତୁ ଶିକ୍ଷକ ଅଭାବ ଯୋଗୁଁ ସେଠି ମଧ୍ୟ ଠିକ୍ ଭାବେ ପଢା ହୋଇପାରୁନାହିଁ ବୋଲି ଅଭିଭାବକ ଅଭିଯୋଗ ଆଣିଛନ୍ତି। ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories