www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ବିଭିନ୍ନ ଦାବିନେଇ କନ୍ଧମାଳ ଜିଲା ସଭାପତି ଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଏକ ଦାବିପତ୍ର କନ୍ଧମାଳ ଜିଲାପାଳ, ଜିଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରକାରେ , ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତ ଓ ଓଡ଼ିଶାର ନିର୍ବାଚନ ଆୟୋଗଙ୍କ ଆଦେଶ ପାଳନ ପାଇଁ ନିବେଦନ କରାଯାଇ ଉଲ୍ଳେଖ କରାଯାଇଛି ଯେ, ନିର୍ବାଚନ ଆୟୋଗ ଜାରି କରିଥିବା ନିୟମ ପ୍ରକାରେ , ଜିଲା ପ୍ରଶାସନ ନିୟମନ୍ତ୍ରରେ ଥିବା ବହୁ ସରକାରୀ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ତିନିବର୍ଷରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ସେବା ସ୍ଥାନରେ ରହି ଆସୁଛନ୍ତି।
ବିଶେଷ କରି ବିଭିନ୍ନ ଯନ୍ତ୍ରୀ , କନିଷ୍ଠଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ରାଜସ୍ୱ ବିଭାଗ ଭଳି ବହୁ ବ୍ଳକ ସ୍ତରୀୟ ଅଧିକାରୀ ମାନେ ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି ରହିଛନ୍ତି। ଏହି ସବୁ ବିଭାଗର ଅଧିକାରୀ ମାନେ ସିଧା ସଳଖ ନିର୍ବାଚନ ପ୍ରକ୍ରିିୟାରେ ଜଡ଼ିତ ରହିଥାନ୍ତି। ତେବେ ଯେଉଁ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ଆୟୋଗ ପ୍ରଚେଷ୍ଟା କରିଛନ୍ତି ଏଭଳି ଅନେକ ବିଭାଗର କର୍ମଚାରୀ ମାନେ ବର୍ଷ ବର୍ଷ ଧରି ସଂପୃକ୍ତ ଅଞ୍ଚଳରେ ସେବାଯୋଗାଇ ଦେଉଥିବା ଯୋଗୁଁ ଏହା ନିର୍ବାଚନ ସମୟରେ ସିଧା ସଳଖ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିୟମ ପ୍ରକାରେ ଏହି ସବୁ କର୍ମଚାରୀ ମାନଙ୍କୁ ଚିହ୍ନଟ କରି ତୁରନ୍ତ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛି ଜିଲା କଂଗ୍ରେସ। କନ୍ଧମାଳ ଜିଲା ପ୍ରଶାସନ ଆୟୋଗଙ୍କର ଏହି ନିୟମକୁ ପାଳନ କରିନଥିବା ଯୋଗୁଁ ଏହା ମଧ୍ୟ ଚିନ୍ତାର କାରଣ ହୋଇଛି। ତୁରନ୍ତ ଯେଉଁ ବ୍ଳକ ସ୍ତରୀୟ ଓ ପଂଚାୟତ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ତିନିବର୍ଷରୁ ଉର୍ଦ୍ଧ ସମୟ ଧରି ରହିଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି ଦିଗରେ ପଦକ୍ଷେପ ପାଇଁ ଦାବି କରି କଂଗ୍ରେସ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ରଜତ ମହାନ୍ତ , ଯୁବନେତା ବସନ୍ତ ପାଢୀ , ସରୋଜ ପ୍ରଧାନ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories