www.samajalive.in
Sunday, December 7, 2025
13.1 C
Bhubaneswar

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ଫୁଲବାଣୀ: ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ପ୍ରଶାସନ ସମାଧାନ କରୁଥିବାବେଳେ ଅନେକ ଅଞ୍ଚଳଗୁଡିକ ସୁବିଧାରୁ ବଞ୍ଚିତ ହେଉଛି। ସେହିପରି ଅନେକ ଅଞ୍ଚଳଗୁଡିକ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ। ଏହାକୁ ନେଇ ବୁଧବାର ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନ, ସମିତି ସଭ୍ୟ ତଥା ଘୁ.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍. ଲୁକ, ନାଏବ ସରପଞ୍ଚ ସାରଳା ପ୍ରଧାନ, କଂଗ୍ରେସ ବ୍ଲକ ସଭାପତି ସଦାନନ୍ଦ ନାୟକ, ସମାଜସେବୀ ହୃଷିକେଶ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଦାବି ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଞ୍ଚଳର ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବା ସମସ୍ତ ସମସ୍ୟା ଉପସ୍ଥାପନ କରି ଅବଗତ କରିଥିବାବେଳେ ଅଞ୍ଚଳବାସୀ ଶାନ୍ତ୍ବନା ମୂଳକ ପ୍ରତିଶ୍ରୁତି ପାଇନଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ରାଜରାସ୍ତାକୁ ରୋକ କରିବା ସହିତ ଭୋଟ ବର୍ଜନ କରିବାକୁ ଜିଲାପାଳଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ଦ୍ଵାରା ବ୍ଲକ୍ ପ୍ରଶାସନଠାରୁ ଜିଲା ପ୍ରଶାସନ ଓ ରାଜନେତାମାନଙ୍କୁ ନିଜର ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ସୁଦ୍ଧା ତାହାର ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତ ତରଫରୁ ୪- ଜି ନେଟୱର୍କ ସ୍ଥାପନ, ପାନ୍ୟଜଳର ସୁବ୍ୟବସ୍ଥା, ମୁଖ୍ୟ ସଡ଼କ ମରାମତି, ଦୁଇଟି ଦ୍ୟାମର ଫାଟକ ମରାମତି, ସୌନ୍ଦର୍ଯ୍ୟକରଣ, ଆଲୋକିକରଣ ଓ ଶିକ୍ଷା ବ୍ୟବସ୍ଥା ସହ ଭିତ୍ତିଭୂମି ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories