ଫୁଲବାଣୀ : ୬୮ତମ ରାଜ୍ୟ ସ୍ତରୀୟ ପୁଲିସ୍ କର୍ତ୍ତବ୍ୟ ସମ୍ମିଳନୀ ଅବସରରେ କନ୍ଧମାଳ ଜିଲା ପୁଲିସ୍ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଛି। ରାଜ୍ୟ ଗୃହମନ୍ତ୍ରୀ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟମାନେ ଏଥିରେ ଅତିଥିଭାବେ ଯୋଗଦେଇ ପୁରସ୍କୃତ କରିଥିବା ବେଳେ କନ୍ଧମାଳ ଜିଲା ରାଜ୍ୟ ସ୍ତରରେ ବମ୍ ଡ଼ିସପୋଜାଲ୍ ଟିମ୍ ଏବଂ ଡ଼ଗ୍ ସ୍କାର୍ଡ଼ ଟିମ୍ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ କନ୍ଧମାଳ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।

ଏହି ଅବସରରେ କନ୍ଧମାଳ ଜିଲା ପୁଲିସ୍ ପକ୍ଷରୁ ସମସ୍ତ ଦଳର ମୁଖ୍ୟ ଓ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ କନ୍ଧମାଳ ଏସ୍.ପି ଟୁଇଟ୍ ମାଧ୍ୟମରେ ଦର୍ଶାଇଛନ୍ତି।
ରାଜ୍ୟ ସ୍ତରୀୟ ପୁଲିସ୍ କର୍ତ୍ତବ୍ୟ ସମ୍ମିଳନୀ ; କନ୍ଧମାଳ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ
Popular Categories



