www.samajalive.in
Saturday, December 6, 2025
26.1 C
Bhubaneswar

କେରେଡ଼ି ପଞ୍ଚାୟତର ଚାଷୀଙ୍କୁ ଶୋଷଣ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କରେଡି ଗ୍ରାମପଞ୍ଚାୟତର କୃଷକମାନେ ସରକାରୀ ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉପରେ ଅଭିଯୋଗ କରି ଜିଲାପାଳଙ୍କ ନିକଟରେ ଫେରାଦ୍‌‌ ହୋଇଛନ୍ତି। ସରକାରଙ୍କ ତରଫରୁ କୃଷକମାନଙ୍କୁ ଆସୁଥିବା ସୁବିଧା ସୁଯୋଗକୁ ଲୋକମାନଙ୍କ ପାଖକୁ ପହଞ୍ଚି ପାରୁନଥିବା ହେଉଥିବା ଅଭିଯୋଗ ହୋଇଛି । ଫୁଲବାଣୀରେ ଥିବା ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ଖରିପ ଫସଲ ଚାଷ କରିବା ପାଇଁ ସରକାରଙ୍କ ତରଫରୁ ହଳଦୀ ବିହନ ଯୋଗେଇ ଦିଆଯାଇଥିଲା । କିନ୍ତୁ ସରକାରଙ୍କ କାର୍ଯ୍ୟରତ ଥିବା ସରକାରୀ ବାବୁମାନେ ତାହା ସମସ୍ତ ଚାଷୀମାନଙ୍କୁ ପ୍ରଦାନ କରି ନାହାନ୍ତି । ହଳଦୀ ବିହନ ୫ ପ୍ରତିଶତ ଚାଷୀଙ୍କୁ ପ୍ରଦାନ କରି ୯୫ ପ୍ରତିଶତ ଅଣଚାଷୀଙ୍କ ହିତାଧିକାରୀ ତାଲିକା ପ୍ରସ୍ତୁତ କରି ସରକାରଙ୍କ ଆର୍ଥିକ ସହାୟତା ରାଶିକୁ ଆପଣେଇ ନେଇଛନ୍ତି । ଅଣଚାଷୀମାନଙ୍କୁ ହାତେଇବା ପାଇଁ ଅଣ ଚାଷୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା ।

କେରେଡି ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତ କରିଥିବା ଅନେକ ଚାଷୀମାନେ କୋଣସି ହଳଦୀ ଚାଷ କରିନାହାନ୍ତି କି କୌଣସି ହଳଦୀ ବିହନ ପାଇନାହାନ୍ତି । ଯେଉଁଥିପାଇଁ ସେମାନେ ଚାଷ ମଧ୍ୟ କରିନାହାନ୍ତି । ଏହି ହଳଦୀ ଚାଷ ପାଇଁ ସରକାରଙ୍କ ତରଫରୁ ସବସିଡି ଟଙ୍କା ପ୍ରତ୍ୟେକ ଚାଷୀ ବ୍ୟାଙ୍କ ଜମା ଖାତାକୁ ଆସିଥିଲା । ଏହି ଟଙ୍କାକୁ ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଉଦ୍ୟାନ ସାଥୀଙ୍କ ଜରିଆରେ ଆଦାୟ କରାଯାଇଛି । ଗୋଟାଏ ଗୋଟାଏ ଚାଷୀଙ୍କୁ ୧୭୦୦୦ ଟଙ୍କାରୁ ଊର୍ଦ୍ଧ୍ବ ଆସିଥିଲା କିନ୍ତୁ ସେହି ଟଙ୍କାରୁ ୧୫୦୦୦ ଟଙ୍କା ଲେଖାଏଁ ଜଣେ ଜଣେ ଚାଷୀଙ୍କଠାରୁ ଆଦାୟ କରିଛନ୍ତି । ଏହି ଗ୍ରାମରେ ଥିବା କିଛି ଶିକ୍ଷିତ ଯୁବକ ଏହାର ବିରୋଧ କରି ସେହି ସରକାରୀ ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ତଥାପି ଉପଉଦ୍ୟାନ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ଯାଇନାହିଁ । କେରେଡି ପଞ୍ଚାୟତର ଅନେକ ଚାଷୀ ତାଙ୍କୁ ଟଙ୍କା ପ୍ରଦାନ କରିଥିବା ତଥ୍ୟ ପ୍ରମାଣ ମଧ୍ୟ ଆମ ପାଖରେ ଅଛି । ଯଦି ଏହି ବିଷୟରେ କୌଣସି ଚାଷୀ ମୁଁହ ଖୋଲେ, ତେବେ ଆଗକୁ ସରକାରଙ୍କ ସହାୟତାରେ ସାମିଲ୍ ନ କରିବା ପାଇଁ ମଧ୍ୟ ପ୍ରତ୍ୟେକ ଚାଷୀଙ୍କୁ ଧମକ ମିଳିଛି, ଯେଉଁଥିପାଇଁ ଚାଷୀ ନୀରବ ଅଛନ୍ତି ।

- Advertisement -

ଉଦ୍ୟାନ ବିଭାଗର ସରକାରୀ ବାବୁମାନେ ଥାଇବି ହଳଦି ଚାଷର ତଦାରଖ ନହେବା କଥା ଜନ ସାଧାରଣଙ୍କ ମନରେ ସରକାରଙ୍କ ଉପରକୁ ପ୍ରଶ୍ନ କରୁଅଛି । କେବଳ କେରେଡି ପଞ୍ଚାୟତ ନୁହେଁ ଫୁଲବାଣୀ ବ୍ଲକରେ ଥିବା ସମସ୍ତ ଏଗାର ଗୋଟି ପଞ୍ଚାୟତକୁ ମଧ୍ୟ ନିରପେକ୍ଷ ଭାବରେ ତଦନ୍ତ ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ। ଯେଉଁ କୃଷକ ଓ ଚାଷୀ ସମସ୍ତଙ୍କଠାରୁ ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କ ଜରିଆରେ କାମ କରୁଥିବା ଉଦ୍ୟାନ ସାଥୀଙ୍କଠାରୁ ଆଦାୟ କରାଯାଇଥିବା ସବସିଡ ଟଙ୍କା ସବୁ ପୁଣି ଥରେ ଫେରି ପାଇବେ ବୋଲି ପୂର୍ଣ୍ଣ ଆଶା ରଖି ନିବେଦନ କରୁଅଛୁ । ଏହି ତଥ୍ୟ ଉପରେ ନିରପେକ୍ଷ ଭାବରେ ତଦନ୍ତ କରି ଅସଲ କୃଷକକୁ ସହଯୋଗ କରିବେ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦାବି କରି ଅଞ୍ଚଳର ପୂର୍ବତନ ସରପଞ୍ଚ ଦିପକ ରଂଜନ ମଲିକ, ସଂଜୀବ ଦିଗାଲ, ସୁରଜ ଦିଗାଲ , ଜଗନ୍ନାଥ ପ୍ରଧାନଙ୍କ ଭଳି ବହୁ ଯୁବ ସମାଜସେବୀ ସୋମବାର ଜିଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories