www.samajalive.in
Friday, December 5, 2025
20.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ସମ୍ବନ୍ଧିତ ମିଳିତ ସଚେତନ, ମକଡ୍ରିଲ

ଫୁଲବାଣୀ, ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରଶାସନିକ ସ୍ତରରେ ମିଳିତ ଭାବରେ ବିଭିନ୍ନ ବିଭାଗ ବନ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, କେନ୍ଦୁ ପତ୍ର ବିଭାଗ ସହ ଫିରିଙ୍ଗିଆ ବନାଞ୍ଚଳର ପ୍ରତ୍ୟେକ ବିଟର ବନପାଳ, ବନ ରଖିଙ୍କ ସହ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ। ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ସରୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ନିଆଁକୁ କିଭଳି ଭାବରେ ଆୟତ୍ତ କରିହେବ ଏବଂ ଏଥିପାଇଁ କଣ ଉପାୟ ଅବଲମ୍ବନ କରା ଯାଇପାରିବ ସେ ନେଇ ଉପସ୍ଥିତି ସମସ୍ତଙ୍କୁ ସଚେତନ କରିଥିଲେ। ବ୍ଲକର ଫିରିଙ୍ଗିଆ ବନାଞ୍ଚଳ ଅଧିନସ୍ତ ୨୭ ଟି ପଞ୍ଚାୟତରେ ଥିବା ବନସୁରକ୍ଷା ସମିତିକୁ ପ୍ରତିବର୍ଷ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରତ୍ୟେକ ବିଭାଗର ମିଳିତ ଭାବରେ ଜଙ୍ଗଲରୁ ନିଆଁରୁ ସୁରକ୍ଷା କରିବା ପାଇଁ ଆଲୋଚନା କରା ଯାଇଥିଲା। ପ୍ରତ୍ୟେକ ବିଭାଗର ଅଧିକାରୀ ମଧ୍ୟ ଜଙ୍ଗଲ ନିଆଁ ପ୍ରତି ସଚେତନ ରହିବା ସହ ସୁରକ୍ଷା କରିବାକୁ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ବନ ବିଭାଗ ସହ ସମସ୍ତ ବିଭାଗର ମିଳିତ ଭାବରେ ଫିରିଙ୍ଗିଆ ବନାଞ୍ଚଳ ସରୁକୋଇ ଘାଟି ନିକଟରେ ନିଆକୁ କିଭଳି ଭାବରେ ଆୟତ୍ତ କରାଯିବ ସେ ନେଇ ମକଡ୍ରିଲ ଯାଇଥିଲା। ଅଗ୍ନିଶମ ବାହିନୀ ମକଡ୍ରିଲରେ ସମସ୍ତ ସହଯୋଗ କରିଥିଲେ। ବିଭିନ୍ନ ବିଭାଗର ଶତାଧିକ ଅଧିକାରୀ ଓ ବିଭିନ୍ନ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ। କାର୍ୟ୍ୟକ୍ରମକୁ ଫିରିଙ୍ଗିଆ ବନପାଳ ପ୍ରବୀଣ କୁମାର ଦାଶ, ନୂଆପଦର ବନ ପାଳ ବ୍ରଜ ସୁନ୍ଦର ଦାଶ, ଗୋଛାପଡା ବନପାଳ ଦିଲୀପ ବିଷୋଇ,ବାଲାନ୍ଦା ପଡା ବନପାଳ ସନ୍ତୋଷ କୁମାର ସାହୁ, ବନ ରଖି ସୁଜିତ ପ୍ରଧାନ, ପାହାଡ଼ ଟିମ ଲିଡର ବିଭୁ ପ୍ରସାଦ ପ୍ରଧାନ, ମନୋଜ କୁମାର ସାହୁ, ଦଣ୍ଡ ପାଣି କହଁର, ଡି ଓ ଅମୁଲ୍ୟ ପ୍ରଧାନ ସମସ୍ତ କାର୍ଯ୍ୟାଳୟ ପରିଚାଳନା କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories