www.samajalive.in
Sunday, December 7, 2025
15.1 C
Bhubaneswar

ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁଙ୍କୁ ପୂଜା ଅନୁମତି, ୭ ଦିନ ଭିତରେ ବ୍ୟବସ୍ଥା କରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରଣାସୀ : ବାରଣାସୀର ଜିଲ୍ଲା କୋର୍ଟରେ ଜ୍ଞାନବ୍ୟାପୀ ମାମଲାରେ ବଡ ନିଷ୍ପତ୍ତି ଆସିଛି । ଜ୍ଞାନବ୍ୟାପୀର ବ୍ୟାସ ପରିସରରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅଧିକାର ଦିଆଯାଇଛି । କୋର୍ଟ ଜିଲ୍ଲା ପ୍ରଶାସନକୁ ୭ ଦିନ ଭିତରେ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ବେସମେଣ୍ଟ ମସଜିଦ୍ ତଳେ ରହିଛି ।

ଏଣିକି ଏଠାରେ ଦୈନନ୍ଦିନ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ତରଫରୁ ପୁଜା କରାଯିବ । ୩୦ ବର୍ଷ ଭିତରେ ନ୍ୟାୟ ମିଳିଥିବାରୁ  ଏହା ବଡ ବିଜୟ ବୋଲି କହିଛନ୍ତି ହିନ୍ଦୁ ପକ୍ଷ । ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ଏଠାରେ ପୁଜାର୍ଚ୍ଚନା କରାଯାଉଥିଲା । କହିରଖୁଛୁ ବାରଣାସୀର ଜ୍ଞାନବ୍ୟାପୀ ପରିସର ସ୍ଥିତ ବ୍ୟାସ ବେସମେଣ୍ଟରେ ପୂଜା ଅଧିକାର ଦେବା ଦାବିରେ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକାରେ ଗତକାଲି ଶୁଣାଣି ପରେ କୋର୍ଟଙ୍କ ଆଦେଶ ସୁରକ୍ଷିତ ରଖାଯାଇଥିଲା । ଏନେଇ ଆଜି ଶୁଣାଣି ହୋଇଛି ।

- Advertisement -

ଅନ୍ୟପଟେ ମୁସଲିମ୍ ପକ୍ଷଙ୍କ ଓକିଲ ଅଖଲାକ ଅହମଦ କହିଛନ୍ତି କି ଏହି ନିଷ୍ପତ୍ତି ଭୁଲ୍ । ପୂର୍ବ ନିର୍ଦ୍ଦେଶକୁ ନଜରକୁ ନନେଇ ଏହି ଆଦେଶ ଦିଆଯାଇଛି । ଏହା ବିରୁଦ୍ଧରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି । ତେବେ ଏନେଇ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି କି ପୂଜା ୭ ଦିନ ଭିତରେ ଆରମ୍ଭ ହେବ । ସମସ୍ତଙ୍କର ପୂଜା କରିବାର ଅଧିକାର ରହିଛି । ମୁସଲିମ୍ ପକ୍ଷ ପ୍ଲେସ୍ ଅଫ୍ ଓର୍ସିପ୍ ଆକ୍ଟ ଅନୁସାରେ ଯାଚିକାକୁ ଖାରଜ କରିବାକୁ ଦାବି କରିଥିଲା । କିନ୍ତୁ କୋର୍ଟ ମୁସଲିମ୍ ପକ୍ଷଙ୍କ ଯାଚିକାକୁ ଅସ୍ବୀକାର କରି ହିନ୍ଦୁ ପକ୍ଷଙ୍କୁ ଜ୍ଞାନବ୍ୟାପୀର ବ୍ୟାସ ପରିସରରେ ପୂଜା କରିବାର ଅଧିକାର ଦେଇଛନ୍ତି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories