www.samajalive.in
Sunday, December 7, 2025
16.1 C
Bhubaneswar

ବଜେଟ୍‌ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୋବାଇଲ୍‌ ଫୋନ୍‌ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଣିକି ଏଗୁଡ଼ିକର ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ପୂର୍ବରୁ ଏହା ଉପରେ ୧୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ୁଥିଲା। ଅର୍ଥାତ୍‌ ଏବେ ସ୍ମାର୍ଟଫୋନ୍‌ ଶସ୍ତା ହେବାକୁ ଯାଉଛି। ବିଶେଷ କରି ଆପଲର ଆଇଫୋନ୍ ଶସ୍ତା ହେବାକୁ ଯାଉଛି, ସେହି ଫୋନ୍ ଯାହାକୁ ପାଇବାକୁ ସମସ୍ତେ ଇଚ୍ଛୁକ। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଇଫୋନର କୌଣସି ସିରିଜ୍ ପୂର୍ବ ଅପେକ୍ଷା କମ୍ ମୂଲ୍ୟରେ ଉପଲବ୍ଧ ହେବ।

ଆମଦାନୀ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି, ମୋବାଇଲ୍ ଫୋନ୍ କ୍ଷେତ୍ର ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଏହା କେବଳ ଏହି କ୍ଷେତ୍ରକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବ ନାହିଁ ବରଂ ବିଶ୍ୱ ବଜାରରେ ପ୍ରତିଯୋଗିତା ମଧ୍ୟ ବୃଦ୍ଧି କରିବ।

- Advertisement -

ଆମଦାନୀ ଶୁଳ୍କ ହ୍ରାସ କରାଯାଇ ସାମଗ୍ରୀଗୁଡ଼ିକ ମଧ୍ୟରେ ବ୍ୟାଟେରୀ ଏନକ୍ଲୋଜର, ପ୍ରାଇମେରୀ ଲେନ୍ସ, ପଛ କଭର ସହ ପ୍ଲାଷ୍ଟିକ ଏବଂ ଧାତୁରେ ନିର୍ମିତ ଅନେକ ଯାନ୍ତ୍ରିକ ଉପାଦାନ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆର୍ଥିକ ବର୍ଷ ୨୦୨୪-୨୫ ବଜେଟ୍‌ ଉପସ୍ଥାପନ କରିବେ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories