ପୁଣି ସିରିଜ୍‌‌ ଲୁଟ୍‌‌ ; ପାହାଳ ପରେ ପଟିଆ ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ଲୁଟେରା 

ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ। ୨ ଦିନରେ ରାଜଧାନୀ ଭୁବନେଶ୍ୱରୁ ୨ଟି ସିରିଜ୍‌‌ ଲୁଟ୍‌‌ ଘଟଣା ବୁଧବାର ସାମ୍ନାକୁ ଆସିଛି। ପ୍ରଥମଟି ପାହାଳରୁ ଆସିଥିବା ବେଳେ ୨ୟ ଘଟଣାଟି ପଟିଆ ରୟାଲ ଗାର୍ଡେନରୁ ଆସିଛି। ରୟାଲ ଗାର୍ଡେନର ୨ ଡୁପ୍ଲେକ୍ସରୁ ଏହି ଲୁଟ୍‌‌ ହୋଇଛି। ୯ ଲକ୍ଷରୁ ଅଧିକ ଟଙ୍କାର ଡାଇମଣ୍ଡ,ସୁନା ଗହଣା ଲୁଟ୍‌‌ କରିଥିବା ନେଇ ସୂଚନା ମିଳିଛି। ଏହାସହ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟେରା ଲୁଟିଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍‌‌ ତଦନ୍ତ ଆରମ୍ଭ କରିଛି।

Comments are closed.