www.samajalive.in
Friday, December 5, 2025
26.1 C
Bhubaneswar

ତସୁ ଗୁଣ୍ଡରେ ସନ୍ତୁଳି ହେଉଛନ୍ତି ଯାତ୍ରୀ

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ଓ ବୁଡ଼ାଗୁଡା ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଧାନ କଳର ତସୁ ଗୁଣ୍ଡ ଲୋକଙ୍କ ଆଖିରେ ପସି ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ଏହି ଧାନ କଳର ତସୁ ଓ ଧୂଳି ଗୁଣ୍ଡ ରାସ୍ତାରେ ପରିପୂର୍ଣ୍ଣ ହୋଉଥିବାରୁ ଯାନ ବାହାନରେ ଯାତାୟତ କରୁଥିବା ଲୋକମାନେ ବହୁ ଅସୁବିଧା ସମୁଖୀନ ହେବା ସହ ଦୁର୍ଘଟଣାରେ ଶିକାର ହୋଇ ଖଣ୍ଡିଆ ଖାବରା ହେଉଥିବା ଚାଳକମାନେ ଅଭିଯୋଗ କରିଛନ୍ତି। ପରିବେଶ ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ହେଉଛି। ଏପରି ସମସ୍ୟା ସତ୍ତ୍ବେ କିପରି ପ୍ରଦୂଷଣ ବିଭାଗ ଧାନ କଳ ଚଳାଇବା ପାଇଁ ଅନୁମତି ପ୍ରଦାନ କରିଛଇ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଯୋଗାଣ ବିଭାଗ ଓ ପ୍ରଦୂଷଣ ବିଭାଗ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories