ଦିନେ ଥିଲେ ମେକାନିକ୍‌‌ ; ଏବେ ବୁର୍ଜ ଖଲୀଫାରେ ୯୦୦ରୁ ୨୨ ଫ୍ଲାଟ୍‌‌ର ମାଲିକ ଏହି ଭାରତୀୟ ବ୍ୟବସାୟୀ

କୌଣସି ଫିଲ୍ମରୁ କମ୍‌‌ ନୁହେଁ ବ୍ୟବସାୟୀଙ୍କ ଜୀବନ କାହାଣୀ

ନୂଆଦିଲ୍ଲୀ : ଦୁବାଇରେ ବୁର୍ଜ ଖଲୀଫା ଦୁନିଆର ସବୁଠାରୁ ବଡ ଅଟ୍ଟାଳିକା ଭାବେ ଜଣାଶୁଣା। ଅଧିକାଂଶଙ୍କ ପାଇଁ ବୁର୍ଜ ଖଲୀଫାରେ ଏକ ଆପାର୍ଟମେଣ୍ଟ କିଣିବା କୌଣସି ସ୍ୱପ୍ନରୁ ମଧ୍ୟ କମ୍‌‌ ନୁହେଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଭାରତୀୟ ବ୍ୟବସାୟୀ ଜର୍ଜ ଭି ନେରେପାରାମ୍ବିଲା । ସେ ବୁର୍ଜ ଖଲିଫାରେ ଏକାଧିକ ଆପାର୍ଟମେଣ୍ଟ କିଣିବା ସହ ସବୁଠାରୁ ଅଧିକ ସମ୍ପତ୍ତିର ମାଲିକ ମଧ୍ୟ ହୋଇଛନ୍ତି। ତାଙ୍କର ବୁର୍ଜ ଖଲିଫାରେ ୨୨ ଦାମୀ ଆପାର୍ଟମେଣ୍ଟ ରହିଛି।
ଜର୍ଜ ନେରେପାରାମ୍ବିଲାଙ୍କ ସାଧାରଣ ପରିବାରରେ ଜନ୍ମ। ସେ ଦିନେ ମେକାନିକ୍‌‌ ଭାବେ କାମ କରିଥିଲେ। ତାଙ୍କର ଏହି ସଫଳତା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଦେବ। ବୁର୍ଜ ଖଲିଫାରେ ଏତେ ପରିମାଣରେ ଆପାର୍ଟମେଣ୍ଟ କିଣିବା ପଛରେ ଏକ ଭିନ୍ନ କାହାଣୀ ମଧ୍ୟ ରହିଛି। ଜାଣନ୍ତୁ..
ଜର୍ଜ ନେରେପାରାମ୍ବିଲାଙ୍କ ଜନ୍ମ କେରଳରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ଆରମ୍ଭରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା। ୧୧ ବର୍ଷ ବୟସରେ ତାଙ୍କୁ କାମ କରିବାକୁ ପଡିଥିଲା। ସେ ତାଙ୍କ ପିତାଙ୍କୁ ମଧ୍ୟ କାମରେ ସାହାଯ୍ୟ କରୁଥିଲେ। ବର୍ଜ୍ୟବସ୍ତୁର ଅନେକ ଉପଯୋଗୀ ଜିନିଷକୁ ବିକ୍ରି କରି ଅନେକ ବର୍ଷ ପର୍ଯ୍ୟନ୍ତ ନିଜ ପରିବାରର ଭରଣ ପୋଷଣ କରିଥିଲେ।
୧୯୭୬ରେ ଜର୍ଜଙ୍କର ଭାଗ୍ୟରେ ଭିନ୍ନ ପରିବର୍ତ୍ତନ ଆସିଥିଲା। ଏହାପରେ ସେ ମରୁଭୂମିରେ ଖରାରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିସନିଙ୍ଗ (ତାପ ଓ ଆଦ୍ରତା ନିୟନ୍ତ୍ରଣ) କ୍ଷେତ୍ରରେ ଆବଶ୍ୟକତାର ଅନୁଭବ କରିଥିଲେ। ଏହାପରେ ଜର୍ଜ ନିଜର କମ୍ପାନୀ ଆରମ୍ଭ କରିଥିଲେ। ପରେ ଜିଇଓ ଗ୍ରୁପ ଅଫ୍‌‌ କମ୍ପାନୀ ହୋଇଥିଲା। ଏହା ତାଙ୍କୁ ଜଣେ ଜଣାଶୁଣା ଭାରତୀୟ ବ୍ୟବସାୟୀ ଭାବରେ ପରିଚୟ ଦେବାରେ ସହାୟକ ହୋଇଥିଲା।
ଜର୍ଜ ସବୁବେଳେ ଆଶାବାଦୀ ରହିଥିଲେ। ମାତ୍ର ଥରେ ତାଙ୍କର ଜଣେ ସମ୍ପର୍କୀୟ ପରିହାସ କରିଥିଲେ। ସମ୍ପର୍କୀୟ ଜଣକ କହିଥିଲେ, ସେ କଦାପି ବୁର୍ଜ ଖଲିଫାକୁ ପ୍ରବେଶ କରି ପାରିବେ ନାହିଁ। ସେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ। ଥରେ ତାଙ୍କ ନଜର ଖବରକାଗରେ ଏହି ବିରାଟ ଅଟ୍ଟାଳିକାରେ ଭଡା ଆକାରରେ ଏକ ବିଜ୍ଞାପନ ଉପରେ ପଡିଥିଲା। ସେ ୨୦୧୦ରେ ଆପାର୍ଟମେଣ୍ଟ ଭଡା ଆକାରରେ ନେଇଥିଲେ। ଧିରେ ଧିରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକାରେ ଅନେକ ଆପାର୍ଟମେଣ୍ଟ କିଣିଥିଲେ। ବୁର୍ଜ ଖଲିଫାର ୯୦୦ ଦାମୀ ଆପାର୍ଟମେଣ୍ଟରୁ ଜର୍ଜ ୨୨ଟିର ମାଲିକ। ଯାହାକୁ ତାଙ୍କୁ ଅଟ୍ଟାଳିକାର ସବୁଠାରୁ ବଡ ସମ୍ପତ୍ତିର ମାଲିକ କରି ଦେଇଥିଲା। ଜର୍ଜଙ୍କ ନେଟୱର୍ଥ (ସମ୍ପତ୍ତିର ମାଲିକାନା) ୪,୮୦୦ କୋଟି ଟଙ୍କା। ସେ ବୁର୍ଜ ଖଲିଫାରେ ସମ୍ପତ୍ତି ଥିବା ସବୁଠାରୁ ଧନୀ ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ। ଜର୍ଜ ଉଚ୍ଚତମ ଅଟ୍ଟାଳିକାରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି। ସେ ବାସ କରୁଥିବା ଆପାର୍ଟମେଣ୍ଟଟିର ଚଟାଣ,ଛାତ ଓ କାନ୍ଥ ସୁନାରେ ଆବୃତ ହୋଇଛି। ତାଙ୍କର ଦାମୀ କାର୍‌‌ ଓ ବିମାନର ମଧ୍ୟ ସଉକ ରହିଛି।

 

Comments are closed.