ବିକାଶ ପକ୍ଷରୁ ‘ଏ-୧’ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର : ସମ୍ବଲପୁରର ଶାସନ ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ  ସ୍କୁଲରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ‘ଏ-୧’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ବିକାଶ ଶିକ୍ଷାନୁଷ୍ଠାନ ସମୂହର ପ୍ରବନ୍ଧନ ନିର୍ଦେଶକ ଜି. ଭାସ୍କର ରାଓ  ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିକାଶ ଅନୁଷ୍ଠାନ ସମୂହର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ସମ୍ମାନିତ ଅତିଥି ତଥା ନିର୍ଦେଶକ ଡ. ସମରେନ୍ଦ୍ର ନାଥ ପଣ୍ଡା ଅନ୍ୟତମ ଅତିଥି ଭାବରେ ଯୋଗଦାନ ପୂର୍ବକ ଆଶୀର୍ବଚନରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସଭାର ପ୍ରାରମ୍ଭରେ ବିକାଶ କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ମନୋରଞ୍ଜନ ପତି, ଅତିଥି ତଥା ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଅନୁଷ୍ଠାନ ତରଫରୁ ସ୍ୱାଗତ ଜଣାଇଥିଲେ। ଅନୁଷ୍ଠାନର ଦ୍ୱିତୀୟ ବର୍ଷର ବାଳିକାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସଂଜୀବ କୁମାର ବାବୁ ତାଙ୍କ ଅଭିଭାଷଣରେ ଅନୁଷ୍ଠାନର ଶିକ୍ଷାଦାନର ପଦ୍ଧତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାଗୁଡିକ  ବାବଦରେ ବିଶଦ ଭାବେ  ଆଲୋକପାତ କରିଥିଲେ।

prayash

ପ୍ରବନ୍ଧନ ନିର୍ଦେଶକ ଜି. ଭାସ୍କର ରାଓ ତାଙ୍କ ସମ୍ଭାଷଣରେ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ମଣିଷ ଜୀବନରେ ସନ୍ତୁଳନତା ଆଣିଥାଏ ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟନିର୍ବାହୀ ନିର୍ଦେଶକ ଡି. ନାଗେଶ୍ୱର ରାଓ ଛାତ୍ରଛାତ୍ରୀ ତଥା ତାଙ୍କ ଶିକ୍ଷକ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜିର ପ୍ରତ୍ୟେକଟି ସମ୍ମାନିତ ହେଉଥିବା କୃତିଛାତ୍ର କାଲି କେମିତି ସମାଜର କର୍ଣ୍ଣଧାର ହୋଇ ଜଣେ ଜଣେ ଭଲ ମଣିଷ ହୋଇପାରିବେ ତା’ ଉପରେ ମତ ବ୍ୟକ୍ତ ଦେଇଥିଲେ । ନିର୍ଦେଶକ ଡ. ପଣ୍ଡା ପିଲାମାନଙ୍କୁ ପାଠପଢ଼ାରେ ଆଗକୁ ତାଙ୍କର ଉତ୍ତର ଦାୟିତ୍ୱ ବାବଦରେ ଉଲ୍ଲେଖ କରିଥିଲେ। ଉତ୍ସବରେ ଯୋଗଦାନ କରିଥିବା ମାତାପିତା ତଥା ଅଭିଭାବକମାନେ ଖୁବ୍ ଉତ୍ସାହିତ ଥିଲେ ଓ ଅନୁଷ୍ଠାନର ଶୈକ୍ଷିକ ପରିବେଶକୁ ଉପଭୋଗ କରିଥିଲେ। ଅନୁଷ୍ଠାନର ଏକାଡେମିକ୍ ଅଫିସର୍  ପୁଷ୍ପିତା ପଣ୍ଡା ସଭାର ସୁପରିଚାଳନା କରିଥିଲେ। ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ଉତ୍ସବର ସୁପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

 

kalyan agarbati

Comments are closed.