www.samajalive.in
Monday, December 15, 2025
14.1 C
Bhubaneswar

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

 କଣ୍ଟାବାଞ୍ଜି : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆଙ୍କୁ ତୁରେକେଲା ବ୍ଲକ ଆଦିବାସୀ ସଙ୍ଘ  ଶାଖା ପକ୍ଷରୁ ସମ୍ବର୍ଦ୍ଧନ ଦିଆଯାଇଛି। ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ କମାଣ୍ଡାଣ୍ଟ ଗିରିରାଜ ସିଂ ମାଝି ଙ୍କ ଆହ୍ୱାନ କ୍ରମେ ଓ ବ୍ଲକ ସଭାପତି ଦୁଃଖୀ ଶ୍ୟାମ ଭୋଇଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ନୂତନ ଭାବେ ମନୋନୀତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୁଷୋତ୍ତମ ଧରୁଆଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ତୃଣମୂଳ ସ୍ତରରେ ସଂଘକୁ ଆହୁରି ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ। ତୁରେକେଲା ବ୍ଲକକୁ ଆହୁରି ମଜବୁତ୍ କରିବା ପାଇଁ ବ୍ଲକରେ ସଂଯୋଜକ ଭାବେ ଘନଶ୍ୟାମ ଧରୁଆ, ବିଜୟ ମାଝି, ଲିଙ୍ଗରାଜ ମାଝି ଓ ଅର୍ଜୁନ ମାଝି, ନାରୀନେତ୍ରୀ ଭାବେ ଆଶା ଭୋଇ, ଲୟନ୍ତି ଭୋଇ, ଭୂମିସୁତା ସମରଥ , ଆଇନ ପରାମର୍ଶଦାତା ଭାବେ ଲଳିତ ମାଝି ଅଡିଟ ସେଲ ଭାବେ ହରିହର ମାଝି ଓ ଧନସିଂ ମାଝି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ମାଝି ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବର୍ଗେ ନଗର ସଭାପତି ,ଦୈତାରି ଭୋଇ ସମ୍ପାଦକ , ପ୍ରସୁଦନ ମାଝି କାର୍ଯ୍ୟକାରୀ ସଭାପତି ପୂର୍ବତନ ବ୍ରାଞ୍ଚ ମେନେଜର ତଥା ସମାଜସେବୀ ଯୋଗେଶ୍ୱର ମାଝି ପୂର୍ବତନ ବେଙ୍କ ମେନେଜର, ପୂର୍ଣ୍ଣଚନ୍ଦ୍ର ମାଝି ମୁରିବାହାଲ ବ୍ଲକ କାର୍ଯ୍ୟକାରି ସଭାପତି, ସଞ୍ଜୟ ମଲ୍ଲିକ ଦଳ ସମାଜ ସଭାପତି ପ୍ରମୁଖ ଉଦବୋଧନ ଦେଇଥିଲେ। ଅର୍ଜୁନ ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories