www.samajalive.in
Monday, December 15, 2025
17.1 C
Bhubaneswar

ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି ଓ ସ୍ୱ।ବଲମ୍ବୀ କରିବା ପାଇଁ ବନ ସୁରକ୍ଷା ସମିତି ମାନଙ୍କୁ ଏକ ଭବ୍ୟ ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। କଣ୍ଟାବାଞ୍ଜି ବନାଞ୍ଚଳ କର୍ଯ୍ୟାଳୟ ପ୍ରାଙ୍ଗଣରେ ଶ୍ରଦ୍ଧାଦେବ ବଡମାଳୀ ରେଞ୍ଜରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ, ଅଧ୍ୟାପକ ସଞ୍ଜୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ। ସଦାସର୍ବଦା ଜଙ୍ଗଲର ସୁରକ୍ଷା କରିବା ସହିତ ବୃକ୍ଷ ରୋପଣ, ବନାଗ୍ନି ରୋକିବା ଉପରେ କାମ କରୁଥିବା ସାତଗୋଟି ବନ ସୁରକ୍ଷା ସମିତି ତୁରେକେଲା, ଢୋଲମାନ୍ଦଲ,ସାଲେପଡା,ମାନ୍ଦଲା, ସମରସିଂ, ଲର୍କି, ତେତେଲଖୁଣ୍ଟ ଆଦିଙ୍କୁ ପ୍ରମାଣପତ୍ର, ଖଲିଦନା ତିଆରି ମେସିନ, ବିରିବଟା, ସିଲେଇ ମେସିନ ଓ ଚୌକି ପ୍ରଦାନ କରାଯାଇଥିଲା । ଏହି ସଭାରେ ବନକର୍ମଚାରୀ, ପ୍ରକୃତିପ୍ରେମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories