BJD Bijuli 480×75 Mob

ଲକ୍ଷ୍ମୀପୁର : ଗୁଜୁରାଣ ମେଣ୍ଟାଉଛି ‘ବାଉଁଶ କରଡ଼ି’

BJD Bijuli 480×75 Mob

ଲକ୍ଷ୍ମୀପୁର :  ‘ବାଉଁଶ କରଡ଼ି’ ଗୁଜୁରାଣ ମେଣ୍ଟାଉଛି । କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଅଧିବାସୀ ମାନେ ଏହି କରଡ଼ି ବା ବାଉଁଶ ଗଜାକୁ ଜଙ୍ଗଲରୁ ସଂଗ୍ରହ କରିଆଣି ଗାଁ ଓ ବଜାରରେ ବିକ୍ରି କରି ସେଥିରୁ ଯେଉଁ ଅର୍ଥ ପାଉଛନ୍ତି ସେଥିରେ ତେଲ ଲୁଣ ଖର୍ଚ୍ଚ ଉଠାଇ ବା ସହିତ ଗୁଜୁରାଣ ମେଣ୍ଟାଉଛନ୍ତି । ଏହି କରଡ଼ି ବର୍ଷା ଋତୁରେ ହିଁ ମିଳିଥାଏ ।  ଆଦିବାସୀ ମାନେ ଜଙ୍ଗଲକୁ ଯାଇ ବାଉଁଶ ବୁଦା ଭିତରେ ହୋଇଥିବା ଗଜା ବା କରଡ଼ି ଗୁଡ଼ିକୁ ସଂଗ୍ରହ କରି ଆଣି ନିଜେ ଖାଇବା ସହିତ ଗାଁ ଓ ବଜାରରେ ବିକ୍ରି କରନ୍ତି। ପୁର୍ବରୁ ଏହାର ବିଡ଼ା ୫ ଟଙ୍କା ଥିବାବେଳେ ପରେ ୧୦ ଓ ବର୍ତ୍ତମାନ ତିନି ବିଡ଼ାକୁ ୨୦ ଟଙ୍କା ଲେଖାଏଁ ଦରରେ ବିକ୍ରି ହେଉଛି । ସଂଗ୍ରହ କରୁଥିବା ଆଦିବାସୀ ମାନେଏହାକୁ ପାଞ୍ଚ ଟଙ୍କା ଲେଖା ବିକୁ ଥିବା ବେଳେ ସେମାନଙ୍କ ଠାରୁ କିଣି ଆଣୁଥିବା ଲୋକେ ୨୦ ଟଙ୍କା ରେ ୩ ବିଡ଼ା ଲେଖା ବଜାରରେ ବିକ୍ରି କରୁଛନ୍ତି। ତରକାରୀ କରିବାର ପ୍ରଣାଳୀ,ଏହାକୁ ଚୁନା ଚୁନା କରି କାଟି ତରକାରୀ କରିବା ସହିତ ବରା ଭଳି ଛାଣି ମଧ୍ୟ ତରକାରୀ କରାଯାଏ । ସେହିପରି ଏହାକୁ ସୁଖାଇ ଚୁନା କରି  ମିଶାଇ ଆମ୍ବିଳ କରାଯାଏ । ବିଶେଷକରି ସମସ୍ତ କୋରାପୁଟିଆ ଏହାକୁ ଆଗ୍ରହର ସହିତ କଣି ନିଅନ୍ତି ଖାଇବା ପାଇଁ।

Comments are closed.