ଦିଲ୍ଲୀ ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା : ‘ଆପଣ ମାନେ ଖୁସି ତ’ ଦୋହରାଇଲେ ନବୀନ

ନୂଆଦିଲ୍ଲୀ : ଆପଣ ମାନେ ଖୁସି ତ? ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଏଭଳି ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଳୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳର ପ୍ରବାସୀ ଓଡ଼ିଆ ସଂଗଠନ ସମୂହ ଏବଂ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଏହି ସମ୍ମାନ ମୋର ନୁହେଁ, ସାଢ଼େ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କ ସମ୍ମାନ। ଅପରାହ୍ଣ ଗୋଟାଏ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି କାର୍ଯ୍ୟକ୍ରମସ୍ଥଳୀରୁ ସିଧାସଳଖ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ମହାମଞ୍ଚର ନିର୍ଦେଶକ ଗୋବର୍ଦ୍ଧନ ଧଳ ଓ ମନୋଜ ନାୟକ, ଉତ୍କଳ ଦୁର୍ଗାପୂଜା କମିଟିର ସମରେନ୍ଦ୍ର ନାୟକ ଓ ଦିଲ୍ଲୀପ ଥାଟୋଇ, ଆଦର୍ଶ ଉତ୍କଳ ସମାଜର ଅଜୟ କୁମାର ରାଉତ, ଗଙ୍ଗାଧର ରାଉତ ଓ ଦୀପକ ଧଳ, ଜଗନ୍ନାଥ ଏକତା ସମିତିର ରବୀନ୍ଦ୍ର ଶତପଥୀ ଓ ଅସିତ ପତି, ଲାସ୍ୟାୟନର ଏମ ଏସ ଜମାନ, ଦି ଇଣ୍ଟଲେକ୍ଟର ପ୍ରଳୟ ବାହାଲି, ଜଗନ୍ନାଥ ୱେଲଫେୟାର ସୋସାଇଟିର ପ୍ରଶାନ୍ତ ମହାନ୍ତି, କଳିଙ୍ଗ ଭାରତୀର ଅକ୍ଷୟ ସାମଲ, ଦିଲ୍ଳୀ ଓଡ଼ିଆ ଛାତ୍ରସଂଘର ଶ୍ୱେତାଲିନ ପଟ୍ଟନାୟକ ଓ ଆଦିତ୍ୟ ରାଜ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରରୁ ସନ୍ତୋଷ ରାଉତ ଓ ସରିତା ମହାପାତ୍ର, ଓଡ଼ିଆ ସୋସଇଟି ଫର ସୋସିଆଲ ଆଡ଼ଭାନ୍ସମେଣ୍ଟର ରତିକାନ୍ତ ସାହୁ ଓ ନମିତା ସ୍ୱାଇଁ, ଜେଏନୟୁ ଓଡ଼ିଆ ଆସୋସିଏସନରୁ ସୌମ୍ୟଜିତ ସାହୁ, ପାଣ୍ଡରା ରୋଡ଼ ଓଡ଼ିଆ ଆସୋସିଏସନରୁ ଲିଲି ନାଗ, ଓଡ଼ିଆ ୟୁଥ ଫୋରମର ସୁଜିତ ବିଶ୍ୱାଳ ଓ ଉମାଶଙ୍କର ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନବୀନଙ୍କ ନାଗରିକ ସମ୍ବର୍ଦ୍ଧନା ଲାଗି ବିଗତ ଚାରି ଦିନ ଧରି ପ୍ରବାସୀ ସଂଗଠନ ଓଡ଼ିଆ ମହାମଞ୍ଚ ତରଫରୁ ଦିଲ୍ଳୀ ଓ ଆଖପାଖ ଅଞ୍ଚଳର ଓଡ଼ିଆ ସଂଗଠନ ଓ ପ୍ରବାସୀଙ୍କ ସହ ସମନ୍ୱୟ ରକ୍ଷା କରାଯାଇଥିଲା।

kalyan agarbati

Comments are closed.