ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଜୀବନବ୍ୟାପି ସେବା ପାଇଁ ଡାକ୍ତର ଶରତ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଂଶସା ପତ୍ର

ଗୁରୁଡିଝାଟିଆ : ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଜୀବନବ୍ୟାପି ଚିକିତ୍ସାସେବା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ପ୍ରଂଶସାପତ୍ର ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିହାରର ପାଟନା ଠାରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ୯୬ତମ ବାର୍ଷିକ ଅଧିବେଶନରେ ଡାକ୍ତର ମହାପାତ୍ରଙ୍କୁ ସଭାପତି ପ୍ରଂଶସାପତ୍ର ସହିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ଶ୍ରୀ ମହାପାତ୍ର ହେଉଛନ୍ତି ଓଡିଶାର ପ୍ରଥମ। ପ୍ରକାଶଯୋଗ୍ୟ ଡାକ୍ତର ମହାପାତ୍ର ରାଜ୍ୟର ଜଣେ ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହୋଇଥିବା ବେଳେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟକରି ଅବସର ନେଇଛନ୍ତି ।

 

kalyan agarbati

Comments are closed.