www.samajalive.in
Monday, December 15, 2025
27.1 C
Bhubaneswar

ସମ୍ବର୍ଦ୍ଧିତ ହେଲା ଭରସା ପରିବାର 

ପାଟଣା : କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କଟକ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ କଟକର ସହିଦ ଭବନରେ ସମାରୋହରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନକୁ ନିମନ୍ତ୍ରିତ କରି କଟକ ସେବା ଫାଉଣ୍ଡେସନ ପକ୍ଷରୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭରସା ପରିବାରର ବ୍ୟାପକ ସେବା କାର୍ଯ୍ୟକୁ ନଜରରେ ରଖି ବହୁ ମାନ୍ୟଗଣ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଭରସା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ, ସଂଯୋଜକ ଡମ୍ବରୁଧର ମହାନ୍ତ, ଲୋକ ସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ମୟୁରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ବୃଷଭ ମହାନ୍ତ, ସୌମ୍ୟରଞ୍ଜନ ବେହେରା, ତପୁ ବେହେରା, ରାଜକିଶୋର ବାରିକ, ଦୁର୍ଗାମାଧବ ମହାନ୍ତ, ହୃଷିକେଶ ମହାନ୍ତ, ସ୍ମୃତି ସାହୁ ଓ ଲୁଲୁ ମହାନ୍ତ ପ୍ରମୁଖ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭରସା ପରିବାରର ପ୍ରତିଷ୍ଠାତା ତଥା ସଭାପତି ପପୁ ପାତ୍ର କଟକ ସେବା ଫାଉଣ୍ଡେସନର ସେବା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ସମ୍ୱର୍ଦ୍ଧିତ କରି ଉତ୍ସାହିତ କରିଥିବାରୁ ସଭାପତି ଲମ୍ବୋଦର ମହାନ୍ତ ଧନ୍ୟବାଦ ଅର୍ପଣ କରିଛନ୍ତି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories