ଗୁଣୁପୁର : ଗତ କିଛ ଦିନ ଧରି ବାଘକୁ ନେଇ ଗଜପତି ଓ ରାୟଗଡ଼ା ଜିଲାରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର. ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରାରେ ଫଟୋ କଏଦ୍ ହୋଇଥିବା ସୂଚନା ଦେଇଥିଲେ । ଆଜି ସଂନ୍ଧ୍ୟାରେ ଏହି ବାଘ ଗଜପତିର ଆର୍. ଉଦୟଗିରି ସୀମା ଟପି ରାୟଗଡା ସୀମା ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗଜପତି ବନ ବିଭାଗ ରାୟଗଡା ଜିଲା ଗୁଣୁପୁର ବନାଞ୍ଚଳରେ ସୀମା ଟପି ଥିବା ନେଇ ସନ୍ଦେହ କରିଛି । ରାୟଗଡା ଓ ଗଜପତି ସୀମାନ୍ତରେ ଥିବା ପଦ୍ମପୁରର ଥିବା ଡଲମା, ତବଲାଗୁଡା, ତର୍ପାଗୁଡା, ଲିକିଟି ପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ବନବିଭାଗ ସଜାଗ କରାଇଛି। ଗାଇ, ଛେଳି, ଲୋକ ନିଜେ ରାତ୍ରିରେ ସୁରକ୍ଷିତ ରହିବା ପାଇଁ ସଜାଗ କରିଛି । ପଦ୍ମପୁର ବନପାଳ ମାଝି ମହାପାତ୍ର କିଛି ବନ ବିଭାଗ କର୍ମଚାରୀ ମାନଙ୍କୁ ନେଇ ସଜାଗ କରିଛି । ବାଘ ଭୟକୁ ନେଇ ପାହାଡିଆ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି। ଗଜପତି ବନବିଭାଗର ନିର୍ଦେଶ ପରେ ଗୁଣୁପୁର ବନବିଭାଗ ସଜାଗ ରହି ଗ୍ରାମର ଲୋକଙ୍କୁ ସଜାଗ କରାଇଛି ।
Comments are closed.