www.samajalive.in
Friday, December 5, 2025
17.1 C
Bhubaneswar

ପାକିସ୍ତାନକୁ ଏଫଏଟିଏଫର କଡ଼ା ଚେତାବନୀ; ଆତଙ୍କବାଦକୁ ପାଣ୍ଠି ଯୋଗାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ

ଇସଲାମାବାଦ: ପୁଣି ଥରେ ବିଶ୍ଵ ଦରବାରରେ ଲଜ୍ଜିତ ହୋଇଛି ପାକିସ୍ତାନ। ଆତଙ୍କବାଦକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବାରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ) କଡ଼ା ଚେତାବନୀ ଦେଇଛି। ଆଗାମୀ ଦିନରେ ନିର୍ଦ୍ଧାରିତ କାର୍ଯ୍ୟନ୍ବୟନ ବ୍ୟବସ୍ଥା ପୂରଣ କରିବାରେ ବିଫଳ ହେଲେ ଇସଲାମାବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଫଏଟିଏଫ ପକ୍ଷରୁ ସତର୍କ କରାଇ ଦିଆଯିବା ସହିତ ଏ ନେଇ ଶୁକ୍ରବାର ଏକ ବିବୃତି  ଜାରି କରାଯାଇଛି।

ସୂଚନା ମୁତାବକ, ଫ୍ଲୋରିଡାର ଓର୍ଲାଣ୍ଡୋଠାରେ ଏଫଏଟିଏଫ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଫଏଟିଏଫର ସମସ୍ତ ସଦସ୍ୟ ରାଷ୍ଟ୍ର ସାମିଲ ହୋଇଥିଲେ। ଆଦଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା  ଏହି ସଂସ୍ଥା ପାକିସ୍ତାନକୁ ୨୦୧୮ ଜୁନରେ ଏହାର ‘ଗ୍ରେ’ ଅଥବା ଧୂସର ତାଲିକାରେ ରଖିଥିଲା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ଆର୍ଥିକ ଅନିୟମିତତା ଦମନ କରିବା ଲାଗି ୨୭ଟି କାର୍ଯ୍ୟନ୍ବୟନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କହିଥିଲା। ପରେ ୨୦୧୮ ଅକ୍ଟୋବରରେ ଏହାର ସମୀକ୍ଷା କରାଯାଇଥିଲା। କିନ୍ତୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲା। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଭାରତରେ କିପରି ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି ସେ ନେଇ ଭାରତ ପକ୍ଷରୁ ଏଫଏଟିଏଫ ନିକଟରେ ସାନି ନୂଆ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହା ପରେ ପୁଣି ଥରେ ଗତ ଫେବୃୟାରୀରେ ଏଫଏଟଏଫ ପାକିସ୍ତାନକୁ ଏହାର ଗ୍ରେ ଲିଷ୍ଟରେ ରଖିଥିଲା।

- Advertisement -

ଚଳିତ ବୈଠକରେ ଏଫଏଟିଏଫ ପାକିସ୍ତାନକୁ ଆଗାମୀ ଅକ୍ଟୋବର ସୁଦ୍ଧା ସମସ୍ତ କାର୍ଯ୍ୟନ୍ବୟନ ସମାପ୍ତ କରିବାକୁ ଦୃଢ଼ ଚେତାବନୀ ଦେଇଛି। ଏହି ସମୟ ଶେଷ ହେବା ମଧ୍ୟରେ ପାକିସ୍ତାନ ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ଏଫଏଟିଏଫ ପାକିସ୍ତାନ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ବିବୃତିରେ ଦର୍ଶାଇଛି। ଏହା ସହିତ ନିଜ ଦେଶରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପକୁ ପୁଣି ଥରେ ସମୀକ୍ଷା କରିବାକୁ କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories