www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ, ସମାଲୋଚନା ପରେ କହିଲେ ପ୍ରଶଂସା କର

ଲକ୍ଷ୍ନୌ: ଯୋଗ ଦିବସରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ସରକାରୀ ବାବୁଙ୍କ ହାତରେ ନିଜ ଜୋତାର ଫିତା ବନ୍ଧାଇ ବିବାଦକୁ ଆସିଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ମନ୍ତ୍ରୀ ଜଣକ ହେଉଛନ୍ତି ଲକ୍ଷ୍ମୀନାରାୟଣ ୱାଡେଡ୍‌। ସେ ରାଜ୍ୟରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଅଛନ୍ତି। ଗତ ଶୁକ୍ରବାର ଶାହାଜାହାନପୁରରେ ଏକ ଯୋଗ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ଅନ୍ୟ କେତେଜଣ ମନ୍ତ୍ରୀ, ନେବା ଏବଂ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅବସରରେ ୱାଡେଡ୍‌ ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଜୋତାର ଫିତା ବାନ୍ଧିବାକୁ କହିଥିଲେ। ସରକାରୀ ବାବୁ ଜଣକ ତଳେ ବସି ତାଙ୍କ ଗୋଡ଼ରେ ଜୋତା ଫିତା ବାନ୍ଧୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିଜେପିର ଏହି ମନ୍ତ୍ରୀ ଜଣକ ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। କିନ୍ତୁ ସେ ଭାରତର ସଂସ୍କୃତି ଓ ପରମ୍ପରାର ଉଦାହରଣ ଦେଇ କୌଣସି ଭୁଲ କରି ନ ଥିବା କହିଛନ୍ତି।

- Advertisement -

ମନ୍ତ୍ରୀ କହିଛନ୍ତି, ଯଦି କେହି ଭାଇ, ଭଣଜା କିମ୍ବା ପରିବାରର ସଦସ୍ୟ ମୋତେ ଜୋତା ପିନ୍ଧାଇ ଦିଅନ୍ତି, ତେବେ ମନେରଖ ଯେ ଏହା ଆମର ସେହି ଦେଶ, ଯେଉଁଠି ରାଜ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ଭରତ ୧୪ ବର୍ଷ ଶାସନ କରିଥିଲେ। ଆପଣମାନଙ୍କୁ ତ ଏହାର ପ୍ରଶଂସା କରିବା ଦରକାର।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଡ଼ିଶାର ଜଣେ କ୍ୟାବିନେଟ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଅନୁରୂପ ଏକ ଘଟଣା ପାଇଁ ସମାଲୋଚନାର ଶିକାର ହୋଇଥିଲେ। କେନ୍ଦୁଝରରେ ସ୍ବାଧୀନତା ଦିବସ ଉତ୍ସବ ପାଳନ ସମୟରେ ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିଜ ଜୋତାର ଫିତା ବନ୍ଧାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories